Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Tragedy

3  

Gunanidhi Samal

Tragedy

ପାହାଡ଼ ସେପାରି

ପାହାଡ଼ ସେପାରି

1 min
173


ପାହାଡ଼ ସେପାରି ସୁନାନାକୀ ଗୋରୀ

ସତ କହ ମୋତେ ଥରେ

ଭଲ ପାଉଛୁ ନା ଛଳନା କରୁଛୁ

ଏଇ ମୋର ଜୀବନରେ ।

ତୋ ବିନା ସୁନ୍ଦରୀ ଏଇ ଦୁନିଆଁରେ

ମୋର କିଛି ଲୋଡା ନାହିଁ

ତୁହି ଚାଲିଗଲେ ଏଇ ଅଗଣାରେ

ପଡିବନି କା'ର ଛାଇ ।

ଆଶା ଅଛି ମୋର ଶେଷ ଥର ପାଇଁ

ଆଖିରେ ଦେଖନ୍ତି ତୋତେ

କହିବୁନି କିନ୍ତୁ ଆଉ କା' ଆଗରେ

ଭଲ ପାଉ ବୋଲି ମୋତେ ।

ଯଦି ପୁଣି କେବେ ବାହୁଡ଼ି ଆସିବୁ

ଆମ ଗାଆଁ ଦାଣ୍ଡ ଦେଇ

ଦେଖି ଦେଇଯିବୁ ପ୍ରିୟତମ ତୋର

ଜୀବନେ ଅଛି କି ନାହିଁ ।


Rate this content
Log in

Similar oriya poem from Tragedy