STORYMIRROR

Gunanidhi Samal

Tragedy

3  

Gunanidhi Samal

Tragedy

ପାହାଡ଼ ସେପାରି

ପାହାଡ଼ ସେପାରି

1 min
181

ପାହାଡ଼ ସେପାରି ସୁନାନାକୀ ଗୋରୀ

ସତ କହ ମୋତେ ଥରେ

ଭଲ ପାଉଛୁ ନା ଛଳନା କରୁଛୁ

ଏଇ ମୋର ଜୀବନରେ ।

ତୋ ବିନା ସୁନ୍ଦରୀ ଏଇ ଦୁନିଆଁରେ

ମୋର କିଛି ଲୋଡା ନାହିଁ

ତୁହି ଚାଲିଗଲେ ଏଇ ଅଗଣାରେ

ପଡିବନି କା'ର ଛାଇ ।

ଆଶା ଅଛି ମୋର ଶେଷ ଥର ପାଇଁ

ଆଖିରେ ଦେଖନ୍ତି ତୋତେ

କହିବୁନି କିନ୍ତୁ ଆଉ କା' ଆଗରେ

ଭଲ ପାଉ ବୋଲି ମୋତେ ।

ଯଦି ପୁଣି କେବେ ବାହୁଡ଼ି ଆସିବୁ

ଆମ ଗାଆଁ ଦାଣ୍ଡ ଦେଇ

ଦେଖି ଦେଇଯିବୁ ପ୍ରିୟତମ ତୋର

ଜୀବନେ ଅଛି କି ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy