STORYMIRROR

Satyabati Swain

Inspirational

4  

Satyabati Swain

Inspirational

ପାହାଚ

ପାହାଚ

1 min
607

ଜୀବନ ଆଉ କଣ କି!

କେତୋଟି ପାହାଚ ଚଢ଼ିବା ଅନୁଭୁତି ତ!


ପିଲା ଦିନ

ପ୍ରଥମ ପାହାଚ ଆସେ

ମା କାଖରେ ରହିବାକୁ ଇପ୍ସାରେ

ସୁନ୍ଦର ବାଲିରେ ଚୁଲି,ଘର କରି

ସାଙ୍ଗ ସହ ଖେଳିବା ଆନନ୍ଦରେ

ସବୁଠୁ ଭଲ ଖେଳନା ପାଇବାର ଖୁସିରେ

କଙ୍କି ପଛେ ଗୋଡେଇବାର

ଉଚ୍ଚାଟ ପଣରେ 

ଏବଂ ମୋ ପିଲାଳିଆମୀର ଅଝଟ 

ଲୁହ,ଲାଳ ସିଙ୍ଘାଣିର ଲୁଣିଆ ସ୍ୱାଦରେ।


କୈଶୋର ଦ୍ଵିତୀୟ ପାହାଚ

କଅଁଳ ପ୍ରାଣ ଓ କୋମଳ ଜିଜ୍ଞାସା ଭଉଁରୀରେ

ସାଇକେଲଟିଏ ହୁଅନ୍ତା କି

ଆଃ..ଖଣ୍ଡିଆ ହୁଏ ପଛେ

ଶିଖନ୍ତି କିନ୍ତୁ

ଘୁରି ଯାଆନ୍ତି ପବନ ବେଗରେ

ମୋ ଗୁଡିଟି ଛୁଇଁ ଯାଆନ୍ତା କି ମେଘ

କ୍ରିକେଟ ପଡ଼ିଆରେ

ହୋଇଯାଅନ୍ତି ସଚିନ

ସବୁଠୁ ସୁନ୍ଦରୀ ଝିଅଟି ଆମ ଶ୍ରେଣୀର

ମୋ ସାଙ୍ଗ ହୁଅନ୍ତା କି

କିନ୍ତୁ ସବୁ କିଛି ମିଳୁନଥିବା

ଅବଶୋଷରେ ସ୍ୱପ୍ନ

ଉସ୍କାଏ ଭାଙ୍ଗୁ ଭାଙ୍ଗୁ ଗଢିବା ଉଦାମତା

କ୍ଷୁଧାରେ।


ତୃତୀୟ ପାହାଚ ଯୌବନ

ଚକ୍ ଚକ୍ କିନ୍ତୁ ବ୍ରେକଲେସ୍ ଗାଡି 

ସବୁଭଲ ପାଇବା ଆକ୍ରାନ୍ତ ରୋଗୀ

କରିଦିଏ ସ୍ୱପ୍ନ;

ଭଲ ଚାକିରି

ସିକ୍ସ ପ୍ୟାକ୍ ଶରୀର

ସୁନ୍ଦରୀ ଗୁଣର ଜୀବନ ସାଥୀ

ଆକ୍ତାମାକ୍ତା କରନ୍ତି

ନିଦ ହଜାଇ

ଟେନ୍ସନ ପାହାଡ଼ ତଳେ ଅଣ ନିଃଶ୍ଵାସୀ

ବେଶୀ ଭୋଗ

ବିଳାସ ମୟ ସୁନା ହରିଣ ପଛେ

ଧାଉଁ ଧାଉଁ ହାଲିଆ ହୋଇ

ନଥ୍ କରି କାନ୍ଥକୁ ଆଉଜି

ବସିବା ଢଙ୍ଗରେ ଥାଏ ସ୍ୱପ୍ନ।


ତାରୁଣ୍ୟ !

ଓଃ ! ଭାରି ଅସ୍ତ୍ବ ବ୍ୟସ୍ତ କରେ ଏଠି ସ୍ୱପ୍ନ

ଘର,ଗାଡି,ବ୍ୟାଙ୍କ୍ ବାଲାନ୍ସ

ଛୁଆ ପିଲାଙ୍କ ପାଠ ଶାଠ

ଆହୁରି ,ଆହୁରି ଜମେଇଁବାର 

ବଡ଼ ହେବାର ନିଶା

ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟକୁ

ହାତ ମୁଠାରେ ପାଇବା ଲାଳସା

ଶୁଆଇ ଦିଏନି ଘଡ଼ିଏ ଶାନ୍ତିରେ

ଖାଲି ଦୌଡା

ଖଣ୍ଡିଆ ଖାବରା,ପୋଡ଼ା ଯନ୍ତ୍ରଣା ଭିତରେ

ତ ଥାଏ ମୁଠେ ସ୍ୱପ୍ନ।


ହଠାତ୍ ସ୍ୱପ୍ନ ଭଙ୍ଗ ହୁଏ

ଶେଷ ପାହାଚରେ

ଶ୍ରୁତି,ସ୍ମୃତି ଶକ୍ତି ପର କରି ଦିଅନ୍ତି

ଥକିଲା ହାତ,ପାଦ

ଶେଷ ହେଉଥିବା ଆୟୁ

ଦାନ୍ତ ନେଫେଡେଇ ମୁଚୁକୁନ୍ଦିଆ

ହସ ଫୋପାଡେ

ମନ ଅବଶ

ଆଉ ଦୌଡା କଣ ଚାଲି ହେବନି

ଆଶ୍ରା

ଦିଟା ଗୋଲ ଗୋଲ କାଚ

ଫେରିବାର ସ୍ୱପ୍ନ

ପଛ କରି ଚାଲିଯିବାକୁ ବାଧ୍ୟ

ମାରି,ହାଣି କେମେଇଥିବା ଧନ

ମୋର ମୋର କହି ହୁରି ଛାଡୁଥିବା

ପ୍ରିୟ ପରିଜନ ସବୁ ତୁଚ୍ଛ

କେବଳ ଗୋଟିଏ ସ୍ୱପ୍ନ ଜଗଡି ଧରେ

ଗୋଡ଼ ହାତ ଚଳୁ ଚଳୁ

ଶୁନ୍ୟରେ ମିଳେଇ ଯିବାର ସ୍ୱପ୍ନ

ଖୋଲା ଆକାଶର ସ୍ୱପ୍ନ।




Rate this content
Log in

Similar oriya poem from Inspirational