STORYMIRROR

Niranjan Sahu

Inspirational Others

2  

Niranjan Sahu

Inspirational Others

ପାଗଳ ଜମାନା

ପାଗଳ ଜମାନା

1 min
12.9K


ଏବେ ପାଗଳ ଜମାନା ଚାଲିଛି

ନିଜ ମୁଣ୍ଡ ଚୁଟି ବିକୃତ କରି

ଆଜି କାଲି ଟୋକା ବୁଲୁଛି

ନିଜକୁ ହିରୋ ଭାବୁଛି

ମନେମନେ ଗୁଡ ଖାଉଛି...

ବୋପା ମୁଣ୍ଡ ଚୁଟି ସଫା ହୋଇଲାନି

କାରଣ ହେଉଛି ଟେନସନ୍

ପୁଅ ମୁଣ୍ଡ ଚୁଟି ସଫା କରି ବୁଲେ

କହୁଥାଏ ଏହା ଫେସନ୍...

ଓଜନ କରିଲେ ଦଶ କେଜି ହେବେ

ନିଜକୁ ଭାବନ୍ତି ବଳୁଆ

ବାଇକ ଗୋଟିଏ ହାତେ ପଡିଗଲେ

ଚଲାନ୍ତି ପବନ ଭଳିଆ...

ଗୋଟିଏ ହାତରେ ହାତ ବଳା ଥାଏ

ଦେଖାଯାଏ ଚୁଡି ଭଳିଆ

ଗୋଟିଏ କାନରେ କାନଫୁଲ ଥାଏ

ଚୁଟି ଯାକ କେରେକେରିଆ...

କାମ ଧାମ କିଛି ନଥାଏ ତାଙ୍କର

ସର୍ବଦା ବ୍ୟସ୍ତ ରହନ୍ତି

ଫଟା ଗାଡି ଗୋଟେ ହାତେ ପଡିଗଲେ

ଛକରୁ ଛକକୁ ବୁଲନ୍ତି..

ଅଣ୍ଟାରୁ ତଳକୁ ଫଟା ପେଣ୍ଟ ପିନ୍ଧି

ଘୋଡା ଭଳିଆ ଚାଲନ୍ତି

ଝିଅଙ୍କୁ ଦେଖିଲେ ଲୁଙ୍ଗୁରା ଭଳିଆ

ଝିଅଙ୍କ ପଛରେ ବୁଲନ୍ତି...

ପାଠ ଶାଠ ସବୁ ଚୁଲିକି ଗଲାଣି

ନିଜକୁ ଭାବନ୍ତି ଜ୍ଞାନୀ

ଗୁରୁଜନ କଥା ଜମା ଶୁଣନ୍ତିନି

କରୁଥାନ୍ତି ବେଇମାନି....

ବୋପାର ପଇସା ଉଡେଇ ଦିଅନ୍ତି

ପାଠକୁ ପଛେ ପକାଇ

ସମୟ ସରିଲେ ବେଳ ବୁଡ଼ିଗଲେ

କହନ୍ତି ଭାଗ୍ୟରେ ନାହିଁ....

 ନିରଞ୍ଜନ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational