STORYMIRROR

Sabita Nayak

Romance

4  

Sabita Nayak

Romance

ପାଦର ପାଉଁଚି

ପାଦର ପାଉଁଚି

1 min
373


କହ୍ନେଇ ବଜାଏ ଦେଖ ମୋହନ ବଂଶୀ

ବୋଲ ମାନୁନାହିଁ ରାଧା ପାଦର ପାଉଁଚି,

ପାଗଳିନୀ ରାଧା ଗୋପଦାଣ୍ଡେ ଧାଏଁ

ରୁମ୍ ଝୁମ୍ ରୁମ୍ ଝୁମ୍ ଖାଲି ଶୁଭୁଛି ।୧।


ଯୁଆଡେ ଚାହୁଁଛି ରାଧା କହ୍ନେଇ ଦିଶେ

କି କରିବ ରାଧା ପାରୁନି ଭାବି,

ହୃଦୟରେ ବଂଶୀ ବାଜେ ଅବିରତ

ନାଚି ନାଚି ରାଧା ଅଧିର ଆଜି।୨।


ଅଷ୍ଟପାଟବଂଶୀ ଥାଇ ବି କାହ୍ନାର

ଦେଖ ସଖୀ କାହ୍ନା ମୁହଁ ଶୁଖିଛି,

ଶୟନେ ସପନେ ରାଧା ରାଧା ହୁଏ

ଶୁଭୁଛି ରାଧା ପାଦର ପାଉଁଚି।୩।


କାହ୍ନାର ହୃଦୟେ ରାଧା ପ୍ରେମ ଖାଲି

ଅଷ୍ଟଐଶ୍ବର୍ଯ୍ୟ ତୁଛ୍ଛ ଲାଗୁଛି,

କୁଞ୍ଜବନ କଥା ଭାଳି ଭାଳି କୃଷ୍ଣ

ସବୁଶବ୍ଦ ଲାଗେ ରାଧା ପାଉଁଚି।୪।


କହ୍ନେଇ ମନ ରାଧା ପାଖରେ

ରାଧା ତ ମଗ୍ନ କୃଷ୍ଣ ପ୍ରେମରେ,

ନିରବି ଯାଇଛି ପାଦର ପାଉଁଚି

ନାଚିବନି ରାଧା କୁଞ୍ଜବନରେ।୫।


ପ୍ରେମ ପରିଭାଷା ଏମିତି କି ସତେ

ଜଣା ବି ପଡେନି ଦୂର ନିକଟ,

ପାଦର ପାଉଁଚି ସ୍ମୃତି ସେ ପ୍ରେମର

ହୃଦୟର ପରା ଅଲିଭା ଗାର।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance