Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Children

4  

Bharatabandhu Biswal

Inspirational Children

ପାଦଧୂଳି

ପାଦଧୂଳି

1 min
235



ମାଆ ପାଦ ତଳେ  କଣିକାଏ ଧୂଳି

  ମୋ ମାଥେ ବିଜୟ ଟୀକା

କୋଟି ପୂଣ୍ୟ ତୀର୍ଥ  ସେ ଧୂଳି ଚନ୍ଦନ

  ମୋ ସୈ।ଭାଗ୍ୟ ସୀମାରେଖା ।


ପୁଲକେ ଆନନ୍ଦେ  ମହକେ ସୁଗନ୍ଧେ

     ତା ଶ୍ରୀପଦ ମହମହ

ତାର ପାଦ ପଦ୍ମେ  ମୋ ସୁଖ ସମ୍ପଦ

     ମଣଇ ମୁଁ ବରାଭୟ ।


ସରଗ ଐଶ୍ୱର୍ଯ୍ୟ  ତା ନିକଟେ ତୁଚ୍ଛ

    ମାତା ପାଦେ ଲୋଟୁ ମଥା

ବରଷେ ଅମୃତ  ଜନ୍ମଦାତ୍ରୀ ମାତା

    ପ୍ରିୟ ସ୍ନେହ ବୋଳା କଥା ।


ମାଆର ହୃଦୟ  ମାଟିରୁ ଆକାଶ

    ସୁମଙ୍ଗଳେ ପରିବ୍ୟାପ୍ତ

ସୃଜଇ ପାଳଇ   ସବୁଜ ସୁନ୍ଦରେ

    ଗୁଞ୍ଜେ ଜୀବନ ସଙ୍ଗୀତ ।


ମାଆ ତ ବସୁଧା  ଅଟେ ସର୍ବଂସହା

     ଜନନୀ ସେ ଜନ୍ମଭୂମି

ମାଆ ନାଦବ୍ରହ୍ମ   ଶବ୍ଦ ମାତୃଭାଷା

    ସ୍ୱର୍ଗ ଠାରୁ ଗରୀୟସୀ ।


ମାଆ ଆଦିମୂଳ  ମୋର ବର୍ତ୍ତମାନ

   ମୋ ସୁନ୍ଦର ଭବିଷ୍ୟତ

ତାର ପାଦଧୂଳି  ମୁଣ୍ଡେ ହୋଇ ବୋଳି

   କରେ କୋଟି ଦଣ୍ଡବତ ।



Rate this content
Log in

Similar oriya poem from Inspirational