Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Abstract Others

3  

Gunanidhi Samal

Abstract Others

ପାଦଚିହ୍ନ

ପାଦଚିହ୍ନ

1 min
239


କେତେଯେ ଫଗୁଣ ଆସି ଚାଲିଗଲେ

ଫୁଲର ମହକ ନେଇ

କେତେଯେ ଶ୍ରାବଣ ଝରି ପଡ଼ିଥିଲେ

ଲୁହ ଦୁଇଧାର ହୋଇ ।

ବେଳାଭୂମି ପରେ ଆଜିବି ଦିଶୁଛି

ତୁମ ଦୁଇପାଦ ଚିହ୍ନ

ଫେରିବାକୁ କହି ଫେରିବା ପାଇଁକି

ବଳାଇ ନ ଆଉ ମନ ।

କେତେ ଜହ୍ନରାତି କଟିଛି ଏମିତି

ଏଇ ବେଳାଭୂମି ତଟେ

କେମିତି କହିବି କାଳ ବଇଶାଖୀ

ମଥାପରେ ଝାଞ୍ଜି ପିଟେ ।    

ଆସିଥିଲା ମାଡି ସାଗର ଲହଡି

ଧୋଇନେବା ପାଇଁ ଯେବେ

ତୁମ ପାଦଚିହ୍ନ ଦେଖି ଲେଉଟିଲା

ଆଉ ଆସିନାହିଁ କେବେ ।  

ତଥାପି ତୁମର ଫେରନ୍ତା ପଥକୁ

ଆଜି ମୁଁ" ରହିଛି ଚାହିଁ

କିଏ ବା ଜାଣିଛି କାଲିର ସକାଳ

ଆଉ ଆସିବ କି ନାହିଁ ।


Rate this content
Log in

Similar oriya poem from Abstract