STORYMIRROR

Amita Dash

Tragedy Inspirational Children

3  

Amita Dash

Tragedy Inspirational Children

ପାଦ

ପାଦ

1 min
221


ପାଦ ତ ପାଦ

କାହାର କେତେ ପାଦ 

କଳିରେ ଅଛି କଳିର ଗୋଟେ ପାଦ।

 ଗାଁଉଲି କାଳି ଝିଅ ଟିର ଥିଲା କୁଲାପାଦ।

ଯୋଉପାଦ ପାଇଁ ବାହାଘର ବନ୍ଦ।

ପରିହାସ ଥଟା ନୁହଁ ମରଣଠୁ ବଞ୍ଚିବା ସେ ଘର ଲୋକଙ୍କର ବଳିଯିବ।

କାର୍ତ୍ତିକର ଓଡିଆଣୀ ବେଶର ରାଧାପାଦ ଦରଶନ କୋଟି ଜନମର ପୂଣ୍ୟ।

ସକାଳ ସଞ୍ଜେ ପିତାମାତାଙ୍କ ପାଦ ସ୍ପର୍ଶ।

କାହାକୁ ସତ କାହାକୁ ମିଛ

ଆଶୀର୍ବାଦ ଭଳି ବଡ଼ ରକ୍ଷା କବଚ ପିଲାଙ୍କୁ ମିଳିବ।

କେବଳ ଗୁରୁଦିବସ ନୁହେଁ

ସବୁଦିନ ଗୁରୁଙ୍କ ଚରଣ ଛୁଇଁବା

ଜୀବନର ସବୁ ପରୀକ୍ଷାରୁ କରିବ ଉତ୍ତୀର୍ଣ୍ଣ।

ସକାଳୁ ସକାଳୁ ମନ୍ଦିର କଡ଼ରେ ବସିଥିବା ଭିକାରୀ,ଭିକାରୁଣୀଙ୍କର ପଇସା ପାଇଁ ଗୋଡ଼ ଧରିବା ଦୃଶ୍ୟ।

ସତରେ ବଡ଼ ଦୁଃଖ ଦାୟକ ଚରମସତ୍ୟ।

ବଦଳେଇ ପାରିବାନି ତାଙ୍କ ମନସ୍ତତ୍ତ୍ୱ।

ମହାଭାରତ ଯୁଦ୍ଧରେ ଆଶୀର୍ବାଦ ପାଇଁ ଅର୍ଜୁନ ଯାଇବସିଥିଲେ ଶ୍ରୀକୃଷ୍ଣଙ୍କ ପାଦପାଖ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy