STORYMIRROR

Jayashree Maharana

Abstract Action Others

4  

Jayashree Maharana

Abstract Action Others

ପାଦ

ପାଦ

1 min
216

ଜନମ ପାଇଛି ଈଶ୍ୱରଙ୍କ ଦାନ

ଜୀବନ ଯାତ୍ରାରେ ଚାଲିଛି ଗର୍ବେ

ଥକିନାହିଁ ପାଦ ଦୁଇଟି ମୋହର

ଫେରିନାହିଁ ବୁଲି ପଛକୁ କେବେ ।


ସମୟର ଗତି ସହ ତାଳଦେଇ

ବଢାଇଛି ପାଦ ତାହାର ଗତି

କେବେ ଝୁଣ୍ଟିଅଛି ଯନ୍ତ୍ରଣା ସହିଛି

ଅଟକି ଯାଇଛି କେବେ କେମିତି ।


ସାହସକୁ ଠୁଳ କରି ପୁଣି ଥରେ

ଚାଲିଛି ଆଗକୁ ଦୁନିଆ ଦାଣ୍ଡେ

ଅଟକିବ ନାହିଁ କରିଅଛି ପଣ

ପ୍ରାଣ ଥିବା ଯାଏଁ ଏ ଦେହ ପିଣ୍ଡେ ।



Rate this content
Log in

Similar oriya poem from Abstract