Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Tragedy

3  

KRUTIBAS NAYAK

Tragedy

ଓଡ଼ିଆ ଜାତିର ଲଢୁଆ ବୀର

ଓଡ଼ିଆ ଜାତିର ଲଢୁଆ ବୀର

1 min
203



କୋଲାବିରା ରାଜ୍ୟ ଗଣ୍ଡ ଜମିଦାର ଗଡ଼ତିଆ ଥିଲେ ଖ୍ୟାତ,

ଫିରିଙ୍ଗି ଶାସକ ଗଣିଲେ ଆତଙ୍କ ହୋଇ ଅତି ଭୟଭୀତ ।


ବୀର ସୁରେନ୍ଦ୍ରଙ୍କୁ ସମର୍ଥନ କଲେ ବିଦ୍ରୋହୀ କରୁଣାକର,

ଗରିଲା ଯୁଦ୍ଧରେ ଫିରିଙ୍ଗି ଫଉଜ ହାରିଲେ ଥରକୁ ଥର ।


ପୁତ୍ର କୃଷ୍ଣ ସିଂ ଅରଣ୍ୟରେ ଥିଲେ କରୁଣାକରଙ୍କୁ ସାହା,

ନିଘଞ୍ଚ ଅରଣ୍ୟେ ରହିଲେ ଗୋପନେ ଫିରିଙ୍ଗି ପାଏନା ରାହା


ସବୁଥର ପରି ବିଶ୍ଵାସଘାତକ ଦେଖାଇଲା ତା’ର ଖେଳ,

କରୁଣାକରଙ୍କୁ ଧରିଲେ ଫିରିଙ୍ଗି ବନ୍ଧୁଜଣେ ହେଲା କାଳ ।


ରାଜ ପରିବାର ହେଲା ଛାରଖାର ଗୋପନେ ରହିଲେ କାହିଁ,

ବୃଦ୍ଧ ଗଡ଼ତିଆ ହୋଇଲେ ସହିଦ ଫାଶୀ କାଠପରେ ଥାଇ ।


ପୁତ୍ର କୃଷ୍ଣ ସିଂ ରକତ ଶପଥେ ଲଢିଲଢି ଦେଲେ ପ୍ରାଣ,

ଅନ୍ଧାରି ପର୍ବତ ଗୁମ୍ଫାରେ ଲୁଚାଇ ଶିଶୁପୁତ୍ର ଘନଶ୍ୟାମ ।


ତେଲୁଣି ନଦୀରେ ଆତ୍ମହତ୍ୟା କଲେ ଯୁବରାଣୀ ସୁଲୋଚନା,

ଫିରିଙ୍ଗି ଜାଣିଲା କୋଲାବିରା ମାଟି ହୋଇଗଲା ବୀରଶୂନ୍ୟା ।



Rate this content
Log in

Similar oriya poem from Tragedy