Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Tragedy Classics

3  

KRUTIBAS NAYAK

Tragedy Classics

ଓଡ଼ିଆ ଜାତିର ଲଢୁଆ ବୀର-ଲୁଣିଆଁ ଗୁଳିକାଣ୍ଡ

ଓଡ଼ିଆ ଜାତିର ଲଢୁଆ ବୀର-ଲୁଣିଆଁ ଗୁଳିକାଣ୍ଡ

1 min
205


ଅଗଷ୍ଟ ବିପ୍ଲବ ସରିଲା,

ଖୋଜି ଖୋଜି ବୀର ସଂଗ୍ରାମୀ ମାନଙ୍କୁ-

ପୁଲିସ ଗିରଫ କରିଲା |


ବେଆଇନ ହେଲା କଂଗ୍ରେସ,

ଜବଦ ଚାଲିଲା ପ୍ରଚାର ପତ୍ର-

ଚାରିଆଡ଼େ ଖାନତଲାସ |


ଲୁଣିଆଁ ଗାଆଁର ବିପ୍ଲବୀ,

କଣ୍ଟାପାରି ଗାଆଁ ଲୋକଙ୍କୁ ମତେଇ-

ମୁରଲୀକୁ କଲେ ମୁରବୀ |


ଲୁଚିକଲେ ସଭା ସମିତି,

ଗିରଫ ନହୋଇ କରିବେ ସଂଗ୍ରାମ-

ସଭାରେ ହୋଇଲା ନିଷ୍ପତ୍ତି |


ଧୁଷୁରିକୁ ଗଲେ ପୁଲିସ,

ଟୋପି ବନ୍ଧୁକକୁ ବିଦ୍ରୋହୀଙ୍କୁ ଦେଇ-

କ୍ଷମାମାଗି କଲେ ସାଲିସ |


ମାଗିଥିଲେ କ୍ଷମା କପଟେ,

ହୁକୁମ ଆସିଲା ଚଲା ଏବେ ଗୁଳି-

ଯାହାକୁ ଦେଖୁଛ ନିକଟେ |


ଥିଲେ ଯେତେ ଦେଶ ଭକତ,

ଛାତିକୁ ପତେଇ ନଅଜଣ ବୀର-

ଢାଳିଦେଲେ ନିଜ ରକତ |

000 (1942 ସେପ୍ଟେମ୍ବର)


Rate this content
Log in

Similar oriya poem from Tragedy