ଓଡ଼ିଆ ଜାତିର ଲଢୁଆ ବୀର-35: ମୂଷା ମଳିକ
ଓଡ଼ିଆ ଜାତିର ଲଢୁଆ ବୀର-35: ମୂଷା ମଳିକ
ଢେଙ୍କାନାଳ ରାଜା ଶଙ୍କର ପ୍ରତାପ ଥିଲେ ପ୍ରଜା ଅତ୍ୟାଚାରୀ,
ସୁବାହୁ ସିଂହର ସିଂହନାଦ ଶୁଣି ଢେଙ୍କାନାଳ ଗଲା ଥରି |
ନକରି ଖାତର ପୁଲିସ ପାହାର ବିଦ୍ରୋହୀ ସାଜିଲେ ପ୍ରଜା,
ସମନ ପରାଏ ଦମନ କରିଲେ ସଇନ ଡକାଇ ରାଜା |
ଜୀବନ ଦେବାକୁ କିଏ ଆଗଭର ପଚାରିଲେ ନେତା ଜଣେ,
କହିଲେ ସେନାନୀ ମୂଷା ମଳିକ ମୁଁ ପହିଲେ ମରିବି ରଣେ |
ଗାନ୍ଧୀ ଡାକରାରେ ମଢିଥାନା ପୋଡ଼ି ଖମାରକୁ ନେଲେ ଲୁଟି,
ପରଜଙ୍ଗ ଥାନା ଘେରାଉ କରିଲେ ଯୋଗାଯୋଗ ତାର କାଟି |
ଜହ୍ନିପଡ଼ାଠାରେ ପ୍ରଭାକର ମିଶ୍ର ଛାଡ଼ିଲେ ବନ୍ଧୁକ ଗୁଳି,
ଦୁଇଜଣ ବୀର ଚିରଦିନ ପାଇଁ ଭୂଇଁରେ ପଡ଼ିଲେ ଢଳି |
ମୂଷା ମଳିକଙ୍କୁ ବନ୍ଦୀ କରିନେଲେ ହୁକୁମ ହୋଇଲା ଫାଶୀ,
ବିଶ୍ଵଯୁଦ୍ଧ ପାଇଁ ଫାଶୀକାଠ ତଳୁ ବଳେବଳେ ଗଲେ ଖସି |
(1942)
