STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ଓମିକ୍ରନ୍

ଓମିକ୍ରନ୍

1 min
114


ଶୀତର ଲହରୀ ଯନ୍ତ୍ରଣା ଦେଉଛି

  ଝିପି ଝିପି ବର୍ଷା ତହିଁ,

ମକର ସଂକ୍ରାନ୍ତି ଆଗମନ ପୁଣି

  କଷ୍ଟ ଓମିକ୍ରନ୍ ଯହିଁ।


ଅଦୁର୍ଶ ରୋଗଟି ଏହୁ ଓମିକ୍ରନ୍

  କରୋନା ଅଦୁର୍ଶ ରୂପ,

ଆତଙ୍କିତ କରେ ମକର ପର୍ବରେ

  ତାର ଭୟଙ୍କର ରୂପ।


ଗାଆଁ ଗହଳିରେ ଭୟଭୀତ ଜନେ

 ମାସ୍କ ବିନ୍ଧି ରହି ଛନ୍ତି ,

ଦୂରତ୍ୱ ରଖିଣ ପର୍ବର ଉଲ୍ଲାସେ

 ମନ ଖୁସି କରୁ ଛନ୍ତି।


ଉତ୍ତରାୟଣ ଟି ହେବେ ସୂର୍ଯ୍ୟ ଦେବ

  ଶୁଭମୟ ହେବ ପୃଥି,

ଟିକା ଲାଗୁ ଅଛି ପ୍ରଖର ଗତିରେ

  ହେବ ରୋଗ ମୁକ୍ତ ପୃଥି।


ମକର ସଂକ୍ରାନ୍ତି ଆଗମନ ଦେଶେ

  ରୋଗର ତାଣ୍ଡବ ଯହିଁ,

ମାରାତ୍ମକ ନୂହେ ଟିକାର କାରଣୁ

  ଭୟ କଷ୍ଟ ଜନେ ନାହିଁ।


ଜଗନ୍ନାଥଙ୍କର ଦୟା ହିଁ ହୋଇବ

  ଦୂର ହେବ ଓମିକ୍ରନ୍,

କୃଷ୍ଣ ରାମ ଭୂମି ପବିତ୍ର ଭାରତ

  ସବୁ ହେବ ସମାଧାନ।


ଜ୍ଞାନୀ ଡ଼ାକ୍ତରଙ୍କ ପରାମର୍ଶ ଯୋଗୁଁ

   ନିବାରଣ ହୁଏ ରୋଗ,

ହେଉ ବା କରୋନା ହେଉ ଓମିକ୍ରନ୍

   ଦୂର ହେବ ସବୁ ରୋଗ।


ଆତ୍ମନିର୍ଭରଟି ହୋଇଛି ଭାରତ

   ଟିକା ଆବିଷ୍କାର ଦେଶେ,

ସେହୁ ଟିକା ଲାଗେ ଜନମାନସରେ

   ଆତ୍ମବିଶ୍ୱାସ ହିଁ ଦେଶେ।


ଶୁଭକାମନଟି ମକର ପାର୍ବଣେ

   ସଂକ୍ରାନ୍ତିର ଆଗମନେ,

ଗୁଞ୍ଜୁ ଅଛି ବାଦ୍ୟ ତାଳେ ତାଳେ ଗ୍ରାମେ

   ସଙ୍ଗୀତ ମଧୁର ସ୍ବନ୍ନେ।


ସୂର୍ଯ୍ୟର ଗମନ ଉତ୍ତର ଦିଗକୁ

   ରାଷ୍ଟ୍ରର ମଙ୍ଗଳ ହେବ,

ଓମିକ୍ରନ୍ ହେଉ ଅବା ହିଁ କରୋନା

   ସୂର୍ଯ୍ୟ କରି ଦେବେ ଦୂର।


ଓମିକ୍ରନ୍ ରୋଗ ନହେବ ଦେଶରେ

   କରୋନା ହେବଟି ଦୂର,

କୃପାସିନ୍ଧୁଙ୍କର କୃପା ହିଁ ପଢିବ

   ଦୁଃଖ ହେବ ସବୁ ଦୂର।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି

  ମକର ପାର୍ବଣେ ମୋର,

ସୁସ୍ଥ ହିଁ ରଖିବେ ବଡ଼ ଠାକୁର ସେ

  ନରହିବ କଷ୍ଟ କାର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy