STORYMIRROR

Nibedita Mishra

Inspirational

4  

Nibedita Mishra

Inspirational

ଓମିକ୍ରନ

ଓମିକ୍ରନ

1 min
267


ମୁଁ କରୋନା ପୁଣି ଫେରିଲି ନାଁ ବଦଳେଇ

ନାମ ଏଥର ମୋ ଓମିକ୍ରନ। 


ପୁଣି କରିବି ରୋଗରେ ସଂକ୍ରାମକ ସଭିଙ୍କୁ 

ଏଇ ତ ମୋହର ମନ। 


ଯେତେ ବୁଝାଇଲେ ବୁଝେନାହିଁ ଏ ମାନବଜାତି

କରିଚାଲେ ପ୍ରକୃତିକୁ ଧ୍ବସଂ। 


ସେଥିପାଇଁ ତ ଧରାପୃଷ୍ଠେ ମୋହର ଏହି ବାରମ୍ବାର 

ପ୍ରତ୍ତ୍ଯାବର୍ତ୍ତନ କରୁଛି ବଂଶ। 


କାହିଁକି ମାନବ ଜାତି ଆଜି ଚକିତ ବିଚଳିତ ହୁଏ

ଦେଖି ମୋ ରୂପ ପରିବର୍ତ୍ତନ। 


ମୋଠୁ ତ ବେଶୀ ସ୍ବାର୍ଥୀ ନିଜର ରୂପ ବଦଳାଏ

 ଏ ରକ୍ତ ହାଡ ମାଂସଧାରୀ ଜନ। 


ତାହାଠାରୁ କଣ ବେଶୀ ମାରାତ୍ମକ ଅଟେ କି?

ମୋହର ଏ ଆଗମନ କାରଣ। 


ଯେପର୍ଯ୍ଯନ୍ତ ମାନବ ଜାତି ପ୍ରକୃତି ନ ବଦଳାଇବ

ନ ହେବ ସ୍ବଚ୍ଛତା ସଚେତନ। 


ବିଜ୍ଞାନ ଆଳରେ ଏ ମାନବ କରିଛି ସଭିଙ୍କର

ସ୍ବାର୍ଥପୂର୍ଣ ନିର୍ଦ୍ଦୟ ଶୋଷଣ । 


ସେଥିଲାଗି ଆଜି ସେ ବିଜ୍ଞାନ କାଳରୁପେ ଆସି

ରଚେ ତାଣ୍ଡବ ନେଉଛି ପ୍ରାଣ। 


ମୁଁ ଶିଖାଇଲି ମୂଲ୍ଯହୀନ ଅଟେ ଧନସଂପତ୍ତି

ସତ୍ଯ କେବଳ ଜୀବନ ମରଣ। 


ମିଛମାୟା ଅଟେ ସବୁ ବନ୍ଧୁବାନ୍ଧବ ପୀରତି

ଆତ୍ମା ଏକମାତ୍ର ସତ୍ଯ ମହାନ। 


ବେଳଥାଉଣୁ ସୁଧୁରି ଯାଅ ହେ ମାନବଜାତି

କରିନିଅ ନିଜର ପରିବର୍ତ୍ତନ। 


ନ ହେଲେ ଏମିତି ରୂପ ବଦଳେଇଲ ମୁହିଁ

ନେଇ ଆସୁଥିବି ଭିନ୍ନ ନାମ।


ଚେତେଇ ଦେଉଛି ତୁମ୍ଭମାନଙ୍କୁ ଦେଇ ଶେଷ

ଚେତାବନୀ ଟିଏ ଏଥର।


ବଦଳାଅ ଜୀବନଶୈଳୀ,ପ୍ରକୃତି, ଓ ଚିନ୍ତାଧାରା 

ପାଶ୍ଚାତ୍ଯ ପ୍ରୀତି ତୁମର ।


ଆପଣାଅ ଆମ ଭାରତୀୟ ପରମ୍ପରା ଓ ଚଳଣୀ

ଅଛି ଯାହା ଯେତକ ସମୁହ ।


ନିଜେ ସୁରକ୍ଷିତ ହେବା ସହ ଅନ୍ଯ ପ୍ରାଣୀ ଜଗତଙ୍କର

ଭି ଜୀବନ ସୁରକ୍ଷିତ ବନାଅ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational