ଓମିକ୍ରନ
ଓମିକ୍ରନ
ଆପଣଂକୁ ଲାଗୁଛି କି
ଥଣ୍ଡା ଆଉ କାଶ
ତଂଟି ପାଖରେ କଫ
ଛିଙ୍କ କି ଜ୍ୱର
ଓମିକ୍ରନର ଲକ୍ଷଣ
ଆପଣଙ୍କ ପରି ସମସ୍ତେ ଭାବନ୍ତି
ଟେନସନ ନିଅନ୍ତୁ ନାହିଁ।
ଆପଣ ମୋଟା ଲୋକକି
ମେଦ ଦେହେରେ ଅଧିକ
କାମ କଲେ ଥକି ପଡୁଛନ୍ତି
ଦୁର୍ବଳ ଲାଗୁଛି ତ ପରିଶ୍ରା ଅଧିକ ହେଉଛି
ମଧୁମେହ ହୋଇଛିକି
ରକ୍ତଚାପ ବଢିଯାଇଅଛି
ଟେନସନ ନିଅନ୍ତୁ ନାହିଁ
ଏମିତି ଅନ୍ୟମାନେବି ଭାବନ୍ତି।
ଆପଣ ଦୁର୍ବଳ, ବାଙ୍ଗରା
ଚନ୍ଦାମୁଣ୍ଡ, କି ଦାନ୍ତ ନାହିଁ
ଆଖିକୁ ଦିସୁନାହିଁ
କାନକୁ ସୁଭୁନାହିଁ
ଆଣ୍ଠୁ ଗଣ୍ଠି ରେ ଯନ୍ତ୍ରଣା
ଟେନସନ ନିଅନ୍ତୁ ନାହିଁ
>
ଆମ ପରି ଅନେକ ଏପରି।
ଆପଣ ଆର୍ଥିକ ଦୁର୍ବଳ
ଆବଶ୍ୟକ ପୁରଣହେଉନି
ବ୍ୟବସାୟ ମାନ୍ଦା
ପାଖରେ କିଏ ନାହିଁ
ଘରଟିଏ ନାହିଁ
କି ଜମିବାଡ଼ି ନାହିଁ
ଟେନସନ ନିଅନ୍ତୁ ନାହିଁ,
ଅମ୍ବାନୀ ବି ଏଥିରୁ ବାହାରି ଯାଇନି।
ଆପଣ ଅସୁନ୍ଦରୀ
ଗୋରା ନୁହନ୍ତି ବିବାହ ହେଉନି
ପତଳୀ,କି ଟେରୀ
ବାଙ୍ଗରାକି ମୋଟୀ
ବର ପସନ୍ଦ କରୁନାହିଁ
ଜମା ଟେନସନ ନିଅନି
ରେଖା ବି ଏମିତି ବାବାନ୍ତି।
ଦେହ ଅଛି ତ ରୋଗ
ଜୀବନ ତ ସଂଘର୍ଷ
ଶରୀର ତ ରୂପ
ଅର୍ଥ ଥାଇଁ ବି ଅଭାବ
ନାହିଁ ତ ସମସେ କୁହନ୍ତି
ତେବେ ଟେନସନ କାହିଁପାଇଁ ?