STORYMIRROR

Ajit Kumar Raut

Tragedy Inspirational

4  

Ajit Kumar Raut

Tragedy Inspirational

ଓମିକ୍ରନ୍

ଓମିକ୍ରନ୍

1 min
372


ନୂଆ ବର୍ଷ ଦେଶେ ଆବିର୍ଭାବ ହେବ

   ମନେ ଖୁସି ଥିଲା ଅତି,

ଓମିକ୍ରନ୍ ରୋଗ ଚିନ୍ତିତ କରିଲା

   ଭୟ ଲାଗୁ ଅଛି ଅତି।


କରୋନା ରୋଗର ରୂପ ଅଟେ ଏହୁ

   ବିସ୍ତାରଟି ଭୟଙ୍କର,

ସାବଧାନ ନିତ୍ୟେ ଆବଶ୍ୟକ ଅଟେ

   ସୁରକ୍ଷିତ ଦରକାର।


ପାଇଁ ସୁରକ୍ଷିତ ଦୂରରେ ରହିବା

   ପ୍ରଯୋଜନ ହେଲା ପୁଣି,

ମାସ୍କ ପିନ୍ଧିବାଟି ଆବଶ୍ୟକ ଏବେ 

   ଧୋଉ ଥିବା ହାତ ପୁଣି।


ସାବୁନରେ ହାତ ଧୋଇବା ଟି ଏବେ

  ବାରମ୍ବାର ଆବଶ୍ୟକ,

ଓମିକ୍ରନ୍ ପାଇଁ କର୍ତ୍ତବ୍ୟ ଟି ଏବେ

  ଜାଗ୍ରତ ଭି ଆବଶ୍ୟକ।


ପ୍ରଭୁ ନୀଳାଦ୍ରିଙ୍କ ଇଛା ଯେବେ ଅଛି

  ଅନ୍ୟଥାତ ହେବ ନାହିଁ,

ସୁରକ୍ଷିତ ରହି ଭକ୍ତି କରୁ ଥିଲେ

  ରୋଗ ଦୂର ହେବ ତହିଁ।


ସୁରକ୍ଷା ରଖିବା କର୍ତ୍ତବ୍ୟ ଆମର

  ଡ଼ାକ୍ତରଙ୍କ କଥା ମାନି,

ସୁରକ୍ଷାର ମନ୍ତ୍ର ଜପମାଳି କର

  ସବୁ ନିୟମକୁ ମାନି।


ଜଗନ୍ନାଥ ଭକ୍ତି ରହୁ ନିତି ଦିନ

   ରହୁ ସମର୍ପଣ ଭାବ,

ସୁଦୟା ତାଙ୍କର ହୋଇବ ଅବଶ୍ୟ

   ପଡ଼ିବ କରୁଣା ଭାବ।


ଅଦ୍ଭୁତ ରୋଗଟି ବାୟୁରେ ଜଡ଼ିତ

   ଯନ୍ତ୍ରଣା ଦିଏ ଅପାର,

କରୋନାର ଟିକା ରାସ୍ତା ଦେଇ ଅଛି

   କର ଟି ତାର ଆଦର।


ଟିକା ଲଗେଇବା ମନ୍ତ୍ର କର ଭାଇ

  ଅଟେ ଏହୁ ଧନନ୍ତରି,

ଦୂରରେ ରହିବା ପାଳନ କରିବା

  ମାସ୍କ ପିନ୍ଧିବା ଜରୁରୀ। 


ବିନା କାର୍ଯ୍ୟେ ଏବେ ବାହାରକୁ ଯିବା

  ଦିଅ ଛାଡ଼ି ଏବେ ଭାଇ,

ସାବୁନରେ ହାତ ଧୋଇବାର କାର୍ଯ୍ୟ

   ନିତ୍ୟେ କରୁ ଥାଅ ଭାଇ।


ନପାରିବ କିଛି ଓମିକ୍ରନ୍ ଦେଶେ

  କର୍ତ୍ତବ୍ୟ ପଥରେ ଚାଲ,

ଡ଼ାକ୍ତର ନିର୍ଦ୍ଦେଶ ହୃଦରେ ରଖିଣ

  ପାଳନ କରିଣ ଚାଲ।


ନୂଆ ବର୍ଷ ହେବ ଆତ୍ମନିର୍ଭରଟି

  ଆତ୍ମବିଶ୍ୱାସରେ ପୂର୍ଣ୍ଣ

ସବୁ ସମାଧାନ ଦେଶରେ ହୋଇବ

 ପ୍ରଭୁ କରିବେଟି ପୂର୍ଣ୍ଣ।


ପିକନିକ ପ୍ରଥା ଦୂର କର ଏବେ

  ଏକ ସ୍ଥାନେ ନୂହ ଭିଡ଼,

ଓମିକ୍ରନ୍ ରୋଗ ନପାରିବ କିଛି

  ବହିଷ୍କାର କର ଭିଡ଼।


ପବିତ୍ର ଭାରତ ଧର୍ମରେ ଜଡ଼ିତ

  କୃଷ୍ଣ ରାମ ପ୍ରଭୁ ଭୂମି,

ଶ୍ରୀକ୍ଷେତ୍ରେ ଗୁଞ୍ଜନ ପ୍ରଭୁ ଜଗନ୍ନାଥ

  ଏହୁତ ପ୍ରଭୁଙ୍କ ଭୂମି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy