STORYMIRROR

pranati Mahapatra

Abstract Children

4  

pranati Mahapatra

Abstract Children

ଓମ୍ ହରି ଓମ୍

ଓମ୍ ହରି ଓମ୍

1 min
355


ବରଷକ ବାର ମାସ କାର୍ତ୍ତିକ ଯେ ସାର

ସେବା ପୂଜା ଧର୍ମ କର୍ମ ଆଚାର ବିଚାର

ମାସସାରା ଶୁଦ୍ଧପୂତ ଆମିଷ ବର୍ଜନ

ପରଂବ୍ରହ୍ମ ପାଦ ଧ୍ୟାୟୀ ପୁରାଣ ପଠନ

ଦାନ ଧ୍ୟାନ ମଧ୍ୟେ ବିତୁଥାଇ ମାସ ସାରା

ବହୁବୀଜ ମଞ୍ଜି ଖାଦ୍ୟ ତେଜ୍ୟ କରୁ ପରା।


ପ୍ରଭାତୁ ସ୍ନାନ ସାରି କରି ଦେବ ଆରାଧନା

ତୁଳସୀ ପୂଜନ ଆଉ ଦେଇ ଆଲାପନା

ମୁଗ ଗୁଡ କଦଳୀର ଭୋଗ ଯେ ଅର୍ପଣ

ଆକାଶ ଦୀପ ଜାଳି କାର୍ତ୍ତିକ ପୁରାଣ ପଠନ

କୁମାର ପୂର୍ଣ୍ଣିମା ଠାରୁ କାର୍ତ୍ତିକ ପୂର୍ଣ୍ଣିମା

ବିଷ୍ଣୁ ପଦେ ଚିତ୍ତଧ୍ୟାୟୀ ଆଚରଣ କ୍ଷମା।


ଷଢ଼ରିପୁ ତ୍ୟାଗ କରି ସାତ୍ତ୍ଵିକ ଆହାର

ପୂଣ୍ୟ କାର୍ତ୍ତିକରେ ପୁଜି ରାଇ ଦାମୋଦର

ବାଲୁକାରେ ଧୂପଦୀପ ଫଳପୁଷ୍ପ ଦେଇ

ବ୍ରାହ୍ମଣ ଦେବତା ଦ୍ଵାରା ସଂକଳ୍ପ କରାଇ

ନାନା ରଙ୍ଗ ମୁରୁଜରେ ଚତୁର୍ଦ୍ଧା ମୁରତି

ଅଙ୍କନ କରି ତା ପଦେ ରଖି ସଦା ମତି।


ଶେଷଦିନେ ସୁଲୁପରେ ସୋରିଷ ଓ ପାନ

ଗୁଆ କଦଳୀ ଟଙ୍କା ରଖି ସମୁଦ୍ରେ ସ୍ନାହାନ

ସାଧବ ବୋଇତ ପରି ଭସାଇ ବନ୍ଦାଇ

ଉଚ୍ଚସ୍ଵରେ ଶୁଭୁଥାଏ ଆ- କା- ମା- ବୈ

ବୋଇତରେ ଦେଇଅଛି ପାନ ଗୁଆ ଖାଇ

ବରଷକ ଧର୍ମ ତୋର ମାସକ ଧର୍ମ ମୋର


ଜୟ ଜୟ ଜଗନ୍ନାଥ ଜୟ ହେ ଗୋବିନ୍ଦ

ତବ ପାଦେ ଚିତ୍ତ ଥାଉ ହେ ବାଳମୁକୁନ୍ଦ

ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ

ହରେରାମ ହରେରାମ ରାମରାମ ହରେହରେ

ତୁମନାମ ସତ୍ୟ ଏ ସଂସାରେ ପ୍ରଭୁ 

ତୁମବିନା ଆଉ ମୂଲ୍ୟହୀନ ସବୁ।

ଓମ୍ ହରି ଓମ୍ ହରି ଓମ୍ ହରି ଓମ୍।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract