ଓଲୁଅ କଣ୍ଡୁ
ଓଲୁଅ କଣ୍ଡୁ
ଓଲୁଅ କଣ୍ଡୁ ମରିନି ଆଉ
ଛାଡ଼ିନି ତାର ଗଲୁ,
ପାଠକୁ ଯେତେ ଘୋଷାଇଦେଲେ
ସୁଧୁରେ ନାହିଁ ଓଲୁ !
ବଢ଼ିଲେ ରାତି ଅହନ୍ତା ପେଚା
ବିକଟ ଛାଡ଼େ ରାବ,
ଅଭାବ ହେଲେ ଶବଦ ଘର
ହୁଏନି ଲେଖି ଭାବ !
ଅଭ୍ୟାସ ଦେହି ଯାହାର ନାହିଁ
ପାଚିଲା କାଳେ ଚୁଟି,
ବାହାନା କାମ ଦୁନିଆ ସାରେ
ହଜାରେ କରି ତ୍ରୁଟି !
ହାବେଳି ପରି ଛାଡ଼ିବା ବାଣ
କଥାରେ ସର ପାଣି,
ପତର ଖଡ଼ ଶୁଣିଲେ ଛେରେ
ବୀରକୁ ମିଛ ଠାଣି !
ଚଉକି ବସି ଲେଉଟି ପଡ଼େ
ଜାଣିନି ଠିକ୍ ବସି,
କଥାରେ ଦମ୍ ଜମାରୁ ନାହିଁ
ବେଳକୁ ଦିଏ କାଶି !
ଚିହ୍ନରା ଯିଏ ଠକକୁ ଚିହ୍ନ
ଫସନି ଟେକା ଟେକି,
ନାକ ଗଳେଇ ଛିଙ୍କନ୍ତି ଯିଏ
ସୁବିଧାବାଦୀ ବାକି !
