STORYMIRROR

Chittaranjan Nanda

Tragedy Others

3  

Chittaranjan Nanda

Tragedy Others

ଓକିଲର ଦୁରାବସ୍ଥା

ଓକିଲର ଦୁରାବସ୍ଥା

1 min
223


ଓକିଲାତି ସମାଜେ ସ୍ୱାଧୀନ ବ୍ୟବସାୟ 

 ଆଦର୍ଶରେ ତିଷ୍ଠେ ସେ କରି ଅଧ୍ୟବସାୟ ।୧।


ଆଜୀବନ ସାଧନା ଓ ସଂଘର୍ଷର ପେଶା

ଥାଏ ପଡି, ଉଠି ଜିତିବାର ଅଦମ୍ୟ ଜିଜ୍ଞାସା ।୨।


କାମ ଅଛି ତ ଓକିଲଙ୍କ ଆୟ ହେଉ ଥିବ 

କୋର୍ଟ ନାହିଁ ଓକିଲଙ୍କ ହାତ ବନ୍ଦ ହେବ ।୩।


ଓକିଲ କଲ୍ୟାଣ ନାମେ ଅର୍ଥ ଥାଏ ସଂଘର

ହେ ଓକିଲ ରଖିଛକି ହିସାବ ସେହି ଅର୍ଥର ।୪।


ସଂଘ ନା ସରକାର ତା ପ୍ରତି କାହା ନିଘା ନାହିଁ 

ଓକିଲ ଚଳୁଛି ଏଠି ଖାଲି ନିଜ ମନକୁ ବୁଝାଇ ।୫।

    

ଦୁଃଅବସ୍ଥାରେ ଓକିଲଙ୍କ ରୋଜଗାର ଗୋଲ

ଓକିଲ କେମିତି ଚଳୁଛି ତା ଅବସ୍ଥା ବେହାଲ ।୬।


ଓକିଲଙ୍କ ଅବସ୍ଥା ଏ ସମାଜେ କିଏ ବା ବୁଝିବ 

ଖାଉ କି ନ ଖାଉ ଦୁଃଖ ସେ କାହାକୁ କହିବ ।୭।


ସମାଜର ସ୍ୱାର୍ଥରେ ସ୍ୱାଭିମାନରେ ଜୀଇଁ ଚାଲିଥିବ

କିଆଁ କର ତୁଚ୍ଛ ରାଜନୀତି ଭାଷଣେ ଖାଲି ପ୍ରୀତି ଭାବ ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy