STORYMIRROR

Maa ke bina sab kuch adhuri hai

Classics

4  

Maa ke bina sab kuch adhuri hai

Classics

ଓଃ ବୋଲି କେହି ଆଉ ନ କହିଲା

ଓଃ ବୋଲି କେହି ଆଉ ନ କହିଲା

1 min
370

ଟିକେ ଦେହ ଖରାପ ହେଲେ ଯିଏ 

ହେଇ ଯାଉଥିଲା ଅସ୍ତ ବ୍ୟସ୍ତ 

ଧାଇଁ ଆସୁଥିଲା ପାଖ କୁ ମୋର 

ଛାଡି କାମ ତାର ସମସ୍ତ..


ଆଜି କୁଆଡେ ସେ ଚାଲିଗଲା 

ମୁଁ ଯେତେ ବୋଉ ବୋଉ ଡାକେ 

ଓଃ ବୋଲି କେହି ଆଉ ନକହିଲା....


ଆଜି ସବୁ କିଛି ଥାଇ ଚାରିଆଡେ 

ହାହାକାର 

ଆଲୋକ ଥାଇ ବି ଦୁନିଆ 

ମୋ ଜୀବନ ଟା ଅନ୍ଧକାର 


ଆଜି ପାଉଁଶ ସେ ସାଜି ମାଟିରେ ମିଶିଗଲା 

ମୁଁ ଯେତେ ବୋଉ ବୋଉ ଡାକେ 

ଓଃ ବୋଲି କେହି ଆଉ ନକହିଲା..


କେହି ଗାଳି ଦେଲେ ଭାରି କାନ୍ଦ ଲାଗେ 

ଆଉ କେହି ତା ମାଆ ପାଖେ ଗେଲ୍ହା ହେଲେ 

ଭାରି ଏ ଛାତି କୁ ବାଧେ 

ଆଜି ଜୁଇ ର ଚିତା ରେ ସବୁ ଦିନ ପାଇଁ 

ମିଶିଗଲା 

ମୁଁ ଯେତେ ବୋଉ ବୋଉ ଡାକେ 

ଓଃ ବୋଲି କେହି ଆଉ ନକହିଲା..


Rate this content
Log in

Similar oriya poem from Classics