ମୁଁ ଆଉ ତୁମେ ❤️
ମୁଁ ଆଉ ତୁମେ ❤️
ମୁଁ ଖରା ହେଲେ ତୁମେ ମୋ ଛାଇ
ତୁମେ ମୋ ସମୁଦ୍ର ମୁଁ ତୁମ ନଈ ।
ମୁଁ ନୌକା ହେଲେ ତୁମେ ନାଉରି
ତୁମେ କବି ହେଲେ ମୁଁ ତୁମ ସାଏରୀ ।
ମୁଁ ଆଖି ହେଲେ ତୁମେ ମୋ ସ୍ବପ୍ନ
ତୁମେ ହୃଦୟ ହେଲେ ମୁଁ ତୁମ ସ୍ପନ୍ଦନ ।
ମୁଁ ଆକାଶ ହେଲେ ତୁମେ ମୋ ଚନ୍ଦ୍ରମା
ମୁଁ ପୃଥିବୀ ହେଲେ ତୁମେ ସବୁଜିମା ।
ମୁଁ ପଦ୍ମ ହେଲେ ତୁମେ ସୂର୍ଯ୍ୟ କିରଣ
ମୁଁ ଶରୀର ତୁମେ ମୋ ପ୍ରାଣ ।
