ବୋଉ
ବୋଉ
କେତେ ନିଷ୍ଠୁର ତୁମେ କଳା ଠାକୁର
ବୋଉ କୁ ନେଲ ଛଡେଇ
ମନେ ପଡେ ସେଇ ପିଲା ବେଳ କଥା
ମୋ ବୋଉ କହି କହି ଲାଗୁ ଆମେ
ତିନି ଭାଇ ଭଉଣୀ ଲଢେଇ..
କେତେ ନିଷ୍ଠୁର ତୁମେ କଳା ଠାକୁର
ବୋଉ କୁ ଦେଲ କ୍ୟାନ୍ସର
ରୋଗ ସହ ଲଢ଼ି ଲଢ଼ି
ମୋ ବୋଉ ମାନିଗଲା ହାର..
ଆମକୁ କଷ୍ଟ ହେଲେ ଯେ ହେଇ ଯାଏ ଅସ୍ତବ୍ୟସ୍ତ
ତା କଷ୍ଟ ଯନ୍ତ୍ରଣା ଆମେ କରି ପାରିଲୁନି ଦୁର
କେତେ ଅସହାୟ ହେଇ ଗଲୁ ଆମେ
ଯେତେବେଳେ ଆମ ସାମ୍ନା ରେ ଥିଲା
ମୋ ବୋଉ ର ମୃତଶରୀର
ଜାଣି ପାରିଲୁନି ବୁଝି ପାରି ଲୁଣି
ଏ କଣ ହେଇଗଲା
ଆଖି ପିଛୁଳାକେ ଆମ ଠୁ ଛଡେଇ ନେଇ
ଆମ ଜୀବନ କୁ କେଇ ଖଣ୍ଡ କାଠ ରେ
ପୋଡି ଦିଆ ହେଇ ଗଲା ।
