ବୋଉ 💔😭💔
ବୋଉ 💔😭💔
ଚାରିଆଡେ ବାଣ ର ଶବ୍ଦ
ମତେ ଶୁଭେ ସବୁଠି ମୋ ମାଆ ର କାନ୍ଦ..
ଚାରିଆଡେ ଆଲୋକ ପର୍ବ ଦୀପାବଳି
ଆଖି ରେ ନାଚେ ମାଆ ର ଚିତା କେମିତି ଉଠୁଛି ଜଳି..
ସବୁଙ୍କ ହୃଦୟେ ଅପାର ଖୁସି
ମୋ ଖୁସି ଯେମିତି ଯାଇଛି କି ରୁଷି..
ସବୁ ଠି ଛୁଟେ ଖୁସି ର ସୁଅ
ମୋ ଆଖି ରୁ ଆଜି ସୁଖେନି ଲୁହ..
ଚିକିମିକି ଦେଖ ଲିଚୁ ରେ ଭରା
ବୋଉ ବିନା ଘର ମୋର ଅନ୍ଧାର ପୁରା..
ଦୀପ ର ଆଲୋକେ ଦୁର ହୁଏ ଅନ୍ଧାର
ମୋ ବୋଉ ବିନା ଦୁନିଆ ନର୍କ ପୁର ।
