STORYMIRROR

Maa ke bina sab kuch adhuri hai

Inspirational

4  

Maa ke bina sab kuch adhuri hai

Inspirational

ବୋଉ

ବୋଉ

1 min
384

ବୋଉ

କୁଆଡେ ହଜିଗଲା ସେଇ ପିଲାଦିନ

କୁଆଡେ ଗଲା ମୋ ଖେଳ

କୁଆଡେ ହଜିଲା ମୋ ବୋଉ ର ଗେଲ୍ହା

କୁଆଡେ ଗଲା ମୋ ବୋଉ କୋଳ.

କୁଆଡେ ଲିଭିଲା ସେଇ ଖରାବେଳ

କୁଆଡେ ଗଲା ବୋଉ ହାତ ରନ୍ଧା

କେତେ ସୁନ୍ଦର ଥିଲା ମୋ ପିଲା ଦିନ

ସୋରିଷ ବେସର ବୋଉ ହାତ ରନ୍ଧା ମାଛ ଝୋଳ.

କିଏ ଆଉ କହିବ ଆସେ ଖୁଆଇ ଦେବି

କିଏ କହିବ ଶୋଇପଡ ଆସୁଚି ବାୟା ବୁଢା

କିଏ ଆଉ ମତେ ଗେଲ୍ହା କରିବ ଲୋ

କେହି ନାହିଁ ଲୋ ବୋଉ ତୋ ଛଡ଼ା.

ନୀତି ସନ୍ଧ୍ୟା ହେଲେ ବସେ ଅପେକ୍ଷା ରେ

ବୋଉ ମୋର ଫେରି ଆସିବ

କାନ୍ଦି କାନ୍ଦି ପୁଣି ମନ ବୁଝେଇ ଦିଏ ଲୋ

ମୋ ବୋଉ ଆଉ କି ଫେରି ଆସିବ. ।



Rate this content
Log in

Similar oriya poem from Inspirational