Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Inspirational Others Children

4.5  

Jayashree Maharana

Inspirational Others Children

ଓଡିଶା ରାଇଜ ଭାରି ସୁନ୍ଦର

ଓଡିଶା ରାଇଜ ଭାରି ସୁନ୍ଦର

1 min
273


ଓଡ଼ିଶା ରାଇଜ ଭାରି ସୁନ୍ଦର

ତା'ର ରାଜଧାନୀ ଭୁବନେଶ୍ୱର

ଓଡ଼ିଆ ଭାଷା ମୋ ଅତି ମଧୁର

ସଭିଏଁ କରିବା ତା'ର ଆଦର ।


ମନ୍ଦିର ମାଳିନୀ ଆମ ଓଡ଼ିଶା

ଜଗନ୍ନାଥ ପ୍ରଭୁ ଆମ ଭରଷା

ଚାଷବାସ ଆମ କୂଳ ବେଉସା

ଆମ ପ୍ରିୟ ଖାଦ୍ୟ ପଖାଳ କଂସା ।


ଓଡିଶା ସଂସ୍କୃତି ଅତି ମହାନ

ରଖିବା ଆମେରେ ତା'ର ସମ୍ମାନ

ଓଡ଼ିଆ ପରବ ଆମ ଜୀବନ

ଶିଖାଏ ଆମକୁ ଏକତା ଗୁଣ ।


କୋଣାର୍କ କହୁଛି ଧରମାକଥା

ଅତିଥି ପୂଜିବା ଆମରି ପ୍ରଥା

ଇତିହାସ କହେ ଓଡ଼ିଶା କଥା

ଗରବେ ଟେକିବା ଆମରି ମଥା ।


ଓଡ଼ିଶାର ଗୀତ ଓଡିଶୀ ନୃତ୍ୟ

ବିଶ୍ୱ ଦରବାରେ ହୁଏ ପୂଜିତ

ସାହସୀ ବାଳକ ବାଜି ରାଉତ

ବ୍ରାହ୍ମଣୀ ଗାଉଛି ତା'ର ବୀରତ୍ୱ ।


ଲକ୍ଷ୍ମଣ, ବିର୍ଶାଙ୍କ ଦେଶ ପୀରତି

କେବେ ଭୁଲିନାହିଁ ଓଡ଼ିଆ ଜାତି

ରାଜା ମହାରାଜା ଅମର କୀର୍ତ୍ତି

ଆମରି ବିଶ୍ୱାସ ଆମ ଶକତି ।


ଏମିତି ରାଇଜ ଜଗତେ ନାହିଁ

ସବୁ ଧରମର ଲୋକଙ୍କ ପାଇଁ

ସଭିଏଁ ରହୁଛୁ ଏକାଠି ହୋଇ

ଧନ୍ୟ ମୋ ଓଡିଶା ମାଆଟି ସେହି ।


Rate this content
Log in

Similar oriya poem from Inspirational