STORYMIRROR

Chinmayee Sahoo

Abstract

2  

Chinmayee Sahoo

Abstract

ଓଡ଼ିଶା ମାଟିରେ ମନ୍ଦିର ଶୋଭା

ଓଡ଼ିଶା ମାଟିରେ ମନ୍ଦିର ଶୋଭା

1 min
236

ଶିଶୁଗଣ ପାଇଁ ଶିଶୁ କବିତାଟି

  ଲେଖୁଛି ସାଦରେ ମୁହିଁ

ଦୋଷଥିଲେ ନ ଧରିବ ସାଧୁଗଣେ

   ଗୁହାରି ମୁଁହି କରଇ


ସାଧୁଗଣେ ଗୁହାରି


ପେଁ ପେଁ ପେଁ ପେଁ ପେଁ

    ପେଁପେଁ ପେଁପେଁ ପେଁ....


ପୁରୀ ଜିଲ୍ଲାଟିରେ କାଳିଆର ବାସ

   ଶୋଭାପାଏ ଶ୍ରୀମନ୍ଦିର

ସାଧୁଜନେ ଶୋଭାପାଏ

ସୂର୍ଯ୍ୟମନ୍ଦିର-କୋଣାର୍କ ବି ଶୋଭିତ

  ସପ୍ତାଶ୍ଚର୍ଯ୍ୟ ପୃଥିବୀର

ମନ୍ଦିରମାଳିନୀ ଭୂବନେ ଶ୍ୱରଟି

  ଲିଙ୍ଗରାଜ ସେଠି ବିଜେ

କେନ୍ଦ୍ରାପଡା ଠାରେ ଶ୍ରୀବଳଦେବ-

   ଜିଉମନ୍ଦିରଟି ସାଜେ।

ନୃସିଂହନାଥ ତ ବରଗଡ ଜିଲ୍ଲା

   କରିଛନ୍ତି ଯେ ମଣ୍ଡନ।

ହରିଶଙ୍କର ମନ୍ଦିରଟି ରହିଛି

   ବଲାଙ୍ଗିର ଠାରେ ଜାଣ

ପଞ୍ଚ ଲିଙ୍ଗେଶ୍ୱର ମନ୍ଦିରଟି ଶୋହେ

   ବାଲେଶ୍ୱରର ଜିଲ୍ଲାରେ

କ୍ଷୀରଚୋରା ଗୋପୀନାଥ ତ ଅଛନ୍ତି

   ସେଇଠି ରେମୁଣା ଠାରେ


ଦେବତାଙ୍କ କଥା କରିଲି ବଖାଣ

   ଦେବୀ ମା'ଙ୍କ କଥା ଶୁଣ

ସାଧୁଜନେ ଦେବୀ ମା'ଙ୍କ

ସ୍ଥିରଚିତ୍ତେ ଶୁଣ ମନ କର୍ଣଦେଇ

   କରୁଛି ଯାହା ମୁଁ ଗାନ

ମାଆ ବିରଜା ତ ଯାଜପୁରେ ସ୍ଥିତ

   ଗଞାମ -ତାରାତାରିଣୀ

ମାଣିକେଶ୍ୱରୀ ତ ଭବାନୀପାଟଣା

   କେନ୍ଦୁଝରେ ମା'ତାରିଣୀ

ମା'ମଙ୍ଗଳା ତ କାକଟପୁରରେ

  ସମ୍ବଲ୍ ପୁରେ ସମଲେଇ

ଜଗତ୍ ସିଂହପୁରେ ଶାରଳା ମା'ବିଜେ

   ଚର୍ଚ୍ଚିକା ବାଙ୍କିରେ ଥାଇ

ମାଆ ଭଟ୍ଟାରିକା କଟକେ ଅଛନ୍ତି

   ଘଣ୍ଟେଶ୍ୱରୀ ଚିପିଲିମା

ଓଡିଶା ମାଟିରେ ମନ୍ଦିରର ଶୋଭା

   କି ଅବା ଦେବା ଉପମା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract