ଓଡ଼ିଶା ମାଟିରେ ମନ୍ଦିର ଶୋଭା
ଓଡ଼ିଶା ମାଟିରେ ମନ୍ଦିର ଶୋଭା
ଶିଶୁଗଣ ପାଇଁ ଶିଶୁ କବିତାଟି
ଲେଖୁଛି ସାଦରେ ମୁହିଁ
ଦୋଷଥିଲେ ନ ଧରିବ ସାଧୁଗଣେ
ଗୁହାରି ମୁଁହି କରଇ
ସାଧୁଗଣେ ଗୁହାରି
ପେଁ ପେଁ ପେଁ ପେଁ ପେଁ
ପେଁପେଁ ପେଁପେଁ ପେଁ....
ପୁରୀ ଜିଲ୍ଲାଟିରେ କାଳିଆର ବାସ
ଶୋଭାପାଏ ଶ୍ରୀମନ୍ଦିର
ସାଧୁଜନେ ଶୋଭାପାଏ
ସୂର୍ଯ୍ୟମନ୍ଦିର-କୋଣାର୍କ ବି ଶୋଭିତ
ସପ୍ତାଶ୍ଚର୍ଯ୍ୟ ପୃଥିବୀର
ମନ୍ଦିରମାଳିନୀ ଭୂବନେ ଶ୍ୱରଟି
ଲିଙ୍ଗରାଜ ସେଠି ବିଜେ
କେନ୍ଦ୍ରାପଡା ଠାରେ ଶ୍ରୀବଳଦେବ-
ଜିଉମନ୍ଦିରଟି ସାଜେ।
ନୃସିଂହନାଥ ତ ବରଗଡ ଜିଲ୍ଲା
କରିଛନ୍ତି ଯେ ମଣ୍ଡନ।
ହରିଶଙ୍କର ମନ୍ଦିରଟି ରହିଛି
ବଲାଙ୍ଗିର ଠାରେ ଜାଣ
ପଞ୍ଚ ଲିଙ୍ଗେଶ୍ୱର ମନ୍ଦିରଟି ଶୋହେ
ବାଲେଶ୍ୱରର ଜିଲ୍ଲାରେ
କ୍ଷୀରଚୋରା ଗୋପୀନାଥ ତ ଅଛନ୍ତି
ସେଇଠି ରେମୁଣା ଠାରେ
ଦେବତାଙ୍କ କଥା କରିଲି ବଖାଣ
ଦେବୀ ମା'ଙ୍କ କଥା ଶୁଣ
ସାଧୁଜନେ ଦେବୀ ମା'ଙ୍କ
ସ୍ଥିରଚିତ୍ତେ ଶୁଣ ମନ କର୍ଣଦେଇ
କରୁଛି ଯାହା ମୁଁ ଗାନ
ମାଆ ବିରଜା ତ ଯାଜପୁରେ ସ୍ଥିତ
ଗଞାମ -ତାରାତାରିଣୀ
ମାଣିକେଶ୍ୱରୀ ତ ଭବାନୀପାଟଣା
କେନ୍ଦୁଝରେ ମା'ତାରିଣୀ
ମା'ମଙ୍ଗଳା ତ କାକଟପୁରରେ
ସମ୍ବଲ୍ ପୁରେ ସମଲେଇ
ଜଗତ୍ ସିଂହପୁରେ ଶାରଳା ମା'ବିଜେ
ଚର୍ଚ୍ଚିକା ବାଙ୍କିରେ ଥାଇ
ମାଆ ଭଟ୍ଟାରିକା କଟକେ ଅଛନ୍ତି
ଘଣ୍ଟେଶ୍ୱରୀ ଚିପିଲିମା
ଓଡିଶା ମାଟିରେ ମନ୍ଦିରର ଶୋଭା
କି ଅବା ଦେବା ଉପମା
