STORYMIRROR

Debabrata Mishra

Abstract Inspirational Others

3  

Debabrata Mishra

Abstract Inspirational Others

ଓଡ଼ିଶା ଦିବସ

ଓଡ଼ିଶା ଦିବସ

1 min
257


ମୋ' ଓଡ଼ିଆ ଭାଇ ହାରିବନି କେବେ ସେ ସଂଘର୍ଷ କରି ଶିଖିଛି

ବିପଦ ଆପଦେ ଆଗକୁ ବଢିଛି କେତେ ସମୟ ଚକ୍ର ଦେଖିଛି, 


ପୁଣି ସେ ହସିବ କୌଶଳେ ଗର୍ଜିବ କଳାରେ ସେ ବିଶ୍ୱ ଜିଣିବ

ତାହାର ବୀରତ୍ୱ ନିଶ୍ଚେ ଦୁନିଆ ଦେଖିବ ସେ ଉନ୍ନତି ପଥରେ ଯିବ, 


ଆମ ଉତ୍କଳ ଗୌରବ, ଉତ୍କଳର ମଣି ପୁଣି ଏଠି ଜନମିବେ

ଓଡିଶାର ଯେଉଁ ସ୍ୱାଭିମାନ ପଣ ତାକୁ ଆହୁରି ବେଗ ସେ ଦେବେ, 


ତୀବ୍ର ହେବ ତାର ଭାଷାର ପ୍ରସାର ସଂସ୍କୃତି ଗାଇବ ସୁନ୍ଦର ଗାଥା

ମନରେ, ପ୍ରାଣରେ, ରକ୍ତ-ଧମନୀରେ ରହିବ ଓଡ଼ିଆ ଓଡ଼ିଶା କଥା, 


ଆଶାବାଦୀ ଆମେ ହେବା କାହିଁକି ନିରାଶ ସୁଦିନ ନିଶ୍ଚେ ଆସିବ

ଏ ମାଟି ପରା ପ୍ରକୃତିର ଘର ଏଠି ଆଜି ଲୁହ କାଲି ହସ ଖେଳିବ, 


ଓଡିଆ ଭାଷାକୁ ଜମା ନିନ୍ଦିବନି କେବେ ତାକୁ ମନଭରି ସ୍ନେହ ଦିଅ

ଆମ ଭାଷା ବଞ୍ଚିଲେ ପରା ଆମେ ବଞ୍ଚିବା ତାକୁ ତ କୋଳେଇ ନିଅ, 


ଓଡିଆ ପୁରାଣ, ଓଡ଼ିଆ ଗଳପ, ଓଡ଼ିଆ ସାହିତ୍ୟ ଆସ ପଢିବା

ନିଜେ ଜାଣି ଆମେ ଆନ୍ୟକୁ ଜଣାଇ ଭାଷା ଉନ୍ନତିରେ ସହାୟ ହେବା, 


ଅଳପ ଜ୍ଞାନ ମୋ' କିଛି ଲେଖିଦେଲି ଆଜି ଓଡିଶା ଦିବସ ପାଇଁ

ସାରା ଓଡ଼ିଶାର ଓଡ଼ିଆ ଭାଇଙ୍କୁ ଏହି ଶୁଭ ଅଭିନନ୍ଦନ ଦେଇ। 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract