STORYMIRROR

Sagar Kumar Parida

Abstract Inspirational Children

3  

Sagar Kumar Parida

Abstract Inspirational Children

ଓଡ଼ିଆ ନବବର୍ଷ

ଓଡ଼ିଆ ନବବର୍ଷ

1 min
334

ଅଦ୍ୟ ଦିବସ ଅତି ପବିତ୍ର

ଓଡ଼ିଆ ନବବର୍ଷ

ଓଡ଼ିଆ ଭାଇ ଭଉଣୀ ଗଣ

ଆସ ପାଳିବା ଆସ ।।

ବିକ୍ରମାଦିତ୍ୟ ରାଜାଭିଷେକ

ହନୁମାନ ଜୟନ୍ତି

ପଣା ସଂକ୍ରାନ୍ତି ଝାମୁଯାତରା

ପବିତ୍ର ନୀତିକାନ୍ତି ।।

ଚୈତ୍ର ଶୁକ୍ଳ ପ୍ରତିପଦାରେ

ପଡଇ ନବବର୍ଷ

ମେଷ ରାଶିକୁ ବିବସ୍ବାନ୍ ଙ୍କ

ଗମନ ଦେଖେ ବିଶ୍ୱ ।।

ମାରତଣ୍ଡଙ୍କ କିରଣ ଜ୍ୱାଳା

ହେବ ଏବେ ପ୍ରଖର

ରଜନୀ ହେବ ମଧୁରମୟ

ଦିବସ ଦୁଃଖ ଘୋର ।।

ରାଗ ଦ୍ୱେଷ ହିଂସା ଭାବକୁ

ମନରୁ କର ଦୂର

ପ୍ରେମ ରଜ୍ଜୁରେ ବାନ୍ଧି ହୋଇଣ

ଏହି ବରଷ ଚଳ ।।

ଆମେ ଓଡ଼ିଆ ଭାରି ବଢିଆ

କେ ହେବ ଆମପରି

ବାର ମାସରେ ତେର ପରବ

ଏକ ଆରକୁ ବଳି ।।

କରୋନା କାଳ ହୋଇବା ମେଳ

ଦୂରତା ରକ୍ଷା କରି

ସ୍ମର ପ୍ରଭୁଙ୍କୁ ଏ ନବ ବର୍ଷ

ହେଉ ମଙ୍ଗଳକାରୀ ।।

ସର୍ବେ ରୁହନ୍ତୁ ହସ ଖୁସିରେ

କରି ନିଜର କର୍ମ

କର୍ମ ହିଁ ଧର୍ମ ଏ ସଂସାରରେ

ଭୁଲନି ଏହି ମର୍ମ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract