STORYMIRROR

Prasanna kumar sahu

Inspirational

4  

Prasanna kumar sahu

Inspirational

ଓଡ଼ିଆ ବୋଲି କହୁଛୁ ଖାଲି

ଓଡ଼ିଆ ବୋଲି କହୁଛୁ ଖାଲି

1 min
257


ମାତୃ ଭାଷା ଦିବସରେ ଆମ୍ଭେ

କେତେ କଥା ଲେଖୁ ଅଛୁ,

ଓଡ଼ିଆ ଆମ ମାତୃଭାଷା ବୋଲି

ସତରେ ଗର୍ବ କରୁଛୁ।


କେତେ ସତ ଆଉ କେତେ ମିଛ

କହିବା ନିଜେ ଜାଣିଛୁ,

ଇଂରାଜୀ ସଭ୍ୟତାର ବଶବର୍ତ୍ତୀ

ବାହାସ୍ପଟ ମାରୁଅଛୁ।


ପିଲେ ଡାକନ୍ତିନି ବାପା ମାଆ

ଭଲରେ ଆମେ ଜାଣିଛୁ,

ଡାଡି ମମି ଡାକିବା ପାଇଁକି

ଆମେ ଶିଖାଇ ଦେଇଛୁ।


ପିଲାଙ୍କ ଜନ୍ମ ଦିନକୁ ଆମେ

ଇଂରାଜୀ ଢାନ୍ଚେ ପାଳୁଛୁ,

ମନ୍ଦିରରେ ଦୀପ ନାଜଳାଇ

ମହମ ଲିଭଉ ଅଛୁ।


କ୍ଷୀରି କାକରା ତିଆରି ଆମେ

ଘରେ ନକରି ପାରୁଛୁ,

କେକ୍ ଜାଟି ବିଦେଶୀ ଢାନ୍ଚାରେ

ଜନ୍ମ ଦିନ ପାଳୁଅଛୁ।


ମଣ୍ଡା,ଗଇଁଠା, କାକରା ସବୁ

ତିଆରିବା ନ ଶିଖିଛୁ,

ସବୁ ପର୍ବ ପର୍ବାଣୀ ରେ ଆମେ

ପିଜା ଚୌମିନ କରୁଛୁ।


ମୁଣ୍ଡେ ଓଢ଼ଣୀ ନାହିଁ ବୋହୂର

ସଲୱାର୍ ପିନ୍ଧୁଅଛୁ,

ଆଧୁନିକତାର ବଶବର୍ତ୍ତୀ

ଓଡ଼ିଆ ସିନା କହୁଛୁ।


ଶବ ସତ୍କାର କରିବା ପିତାଙ୍କ

ସୁଯୋଗ ହରାଇ ଅଛୁ,

ବିଦେଶେ ରହି ଭିଡିଓ କାଲ

ସେତକ ସାରି ଦେଉଛୁ।


ଆମ ପିତାମାତା ଆଶ୍ରମରେ

ତାଙ୍କ ସେବା ନକରୁଛୁ,

ପଇସା ପଠାଇ ଆଶ୍ରମ ଖାତେ

ତାଙ୍କ ସେବା କରାଉଛୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational