STORYMIRROR

Krushnapriya Mohapatra

Abstract Fantasy Others

3  

Krushnapriya Mohapatra

Abstract Fantasy Others

ଓଢ଼ଣୀ

ଓଢ଼ଣୀ

1 min
205

କିଛି ସୂତା ଆଉ ଟିକେ ପରିଶ୍ରମରେ

ତିଆରି ଖଣ୍ଡେ କପଡାରେ

କେତେବେଳେ ସାଧାସିଧା ସରଳ

କେତେବେଳେ କୋଟିକମ

ରଙ୍ଗୀନ ଆଉ ସୁନା ଜଡ଼ା ରୂପ ତାର

ମୁଣ୍ଡ ଉପରେ ପଡ଼ିଲେ

ହୋଇଯାଏ ସିଏ ଓଢଣା

ସେଇ ଓଢଣା କେତେ ବେଳେ

ସମ୍ମାନ ଆଉ କେତେବେଳେ 

ସ୍ୱାଭିମାନ,ହିନ୍ଦୁ ନାରୀ ଏଇ ଓଢଣୀକୁ ନେଇ

ଗର୍ବ କରେ, ସଧବାର ସଙ୍କେତ

ବିବାହ ପରର ସଂସ୍କାର ର ପ୍ରତିବିମ୍ବ

ଏହାକୁ ବାଦ ଦେଇ ରହିହେବ ସମ୍ଭବ ତ,କିନ୍ତୁ ,

ଭଲ ଲାଗେ ଓଢଣୀ ମଥାରେ 

ସେତେବେଳେ ଭଲ ଲାଗେ 

ଗୁରୁ ଜନଙ୍କ ଆଗେ ,

ଦେବତାଙ୍କ ସାମନାରେ 

ପ୍ରାର୍ଥନା କଲାବେଳେ 

ସୌନ୍ଦର୍ଯ୍ୟ ତ ନିହାତି ଥାଏ 

ସେମିତିରେ ନିଜର ପରିଚୟ 

ସୃଷ୍ଟି ହୁଏ ସମାଜରେ

ଏଇଠି ତଥାଏ ନାରୀର ଗରୀମା

ଭୁଲୁଣ୍ଠିତ ହୁଏ ନାରୀର ସମ୍ମାନ 

ଏଇ ଓଢଣୀର ପତନରେ

ଆଧୁନିକା ନାରୀର ହୁଏନା ପସନ୍ଦ

ବାଧା ସୃଷ୍ଟି କରେ ତାର

ଦୀର୍ଘ ଉଡାଣରେ ନିଶ୍ଚିତ

ତଥାପି, ତଥାପି ଓଢଣୀର ଆବଶ୍ୟକତା

ଅଛି ଏ ସମୟରେ.........।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract