STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଓଢଣୀ

ଓଢଣୀ

1 min
281


ଓଢଣୀ ରଖେ ଲାଜ, ଓଢଣୀର ସଜବାଜ

ଘାସ ବି ଓଢଣୀ, ପୃଥିବୀ ମାଆର

ଓଢଣୀ ତଳେ ମୁହଁ ଅତୀବ ସୁନ୍ଦର

ଓଢଣୀ ଆସିଛି ଓଢଣା ମାଆର

ଝିଅର ଓଢଣୀ ସାତରଙ୍ଗ ରଙ୍ଗଣୀ ଫୁଲର

ସାଧବ ବୋହୁ ଓଢଣୀ ବିଧାତା କରିଛି ସୁନ୍ଦର

ଓଢଣୀ ତଳ ମୁହଁ ସୌନ୍ଦର୍ଯ୍ୟ ବେଭାର

ଝିଅ ବୋହୁ ଓଢଣୀ ତଳେ ଟିକିଲି ସିନ୍ଦୁର

ଚୁମୁକି ଲଗା ଓଢଣୀ ଭିର୍ନ୍ନ କାଇଁଚ ପ୍ରକାର

ସାତରଙ୍ଗ ଇନ୍ଦ୍ରଧନୁ ଟାଣି ଝିଅ ବୋହୁ ମଥାର

କିଏ ଗଢ଼ିଦେଲା ଲାଜବତୀ ମଉନାବତୀ ପାଇଁ

ସୁନ୍ଦର ତାରକା ଚର୍ଚ୍ଚିତ ରାତ୍ରୀ ଆକାଶ ବେଭାର

ବୋଇତରେ ଜାଭା ସୁମିତ୍ରାରୁ ଆଣିଛି ସୌଦାଗର

ସାତ ଭାଉଜ ସଙ୍ଗେ ତଅପୋଇ ଦିଶିବ ସୁନ୍ଦର

ନବବଧୂ ନବରାଗ ଓଢଣୀ ପରିପୂର୍ଣ୍ଣତା

ଝିଅ ବୋହୁଙ୍କ ସ୍ବର୍ଗୀୟ ଅଳଙ୍କାର ସାମାଜିକତା

ସୁନା ରୂପା ମୋତି ମାଣିକ ଫିକା ଓଢଣୀ ମଥାର

ସାବିତ୍ରୀ ସୀତା ଦ୍ରୌପଦୀ ପ୍ରତିଭା ପାଟିଲ

ଓଢଣୀ ଓ ଓଢଣାର ପ୍ରଚୁର୍ଯ୍ୟରେ ଝିଲିମିଲ

ରାଣୀ ଲଷ୍ମୀବାଇ ମର୍ଯ୍ୟାଦା ସାକ୍ଷାତକାର

ଓଢଣୀ ଭିତରେ ମୁହଁ ନାରୀ ବୈଭବର

ଓଢଣୀ ନିଜେ ବିଭବ ନାହିଁ ପଟ୍ଟାନ୍ତର

ଯୁଗ ବିତୁ ଋତୁ ବିତୁ ଓଢଣୀ ପ୍ରତୀକ ସମ୍ଭ୍ରାନ୍ତର

ଓଢଣୀ ଭିତରେ ନାରୀର ଆଭା ଶୋଭା

ଓଢଣୀ ଲାଗି ଶୀତଦିନେ ଦେବୀ ଓ ଦେବା

କି ଦେବି ଉପମା ଓଢଣୀ ମନ କିଣେ

ଓଢଣୀ ମଥାରେ ଦେଇ ଝିଅ ଯାଏ ଶାଶୁଘର

ଚୁପି ଚୁପି କହେ ମାଆ ରଖିବୁ ଓଢଣୀ ମର୍ଯ୍ୟାଦା

ଝିଅ ତୁ ଦୁଇ କୁଳର, ଓଢଣୀ ପରିଚୟ ପରିବାରର ll


Rate this content
Log in

Similar oriya poem from Abstract