STORYMIRROR

Dr Santosh Kumar Panda

Inspirational

4  

Dr Santosh Kumar Panda

Inspirational

ନୂତନ ସକାଳର ଆହ୍ଵାନରେ

ନୂତନ ସକାଳର ଆହ୍ଵାନରେ

1 min
320

ଯୁବ ଶକ୍ତିକୁ ଆଜି କରେ ଆହ୍ଵାନ

ଜାଗ୍ରତ ହୁଅରେ ସୁପ୍ତ ଜଓ୍ଵାନ,

ନବ ପ୍ରଭାତକୁ ସ୍ଵାଗତ କର

ଦେଇ ମନ, ପ୍ରାଣ।


ମଧ୍ୟାହ୍ଣର ରବି, ଜ୍ଵଳନ୍ତ ଅଗ୍ନି ପରି

ହୋଇଉଠ ଦୀପ୍ତିମାନ,

ହୃଦ ପୃଥ୍ବୀ ପରି, କର୍ମ ହେଉ ସୂର୍ଯ୍ୟ

ସମୟ ପରି ହୁଅ ବେଗବାନ।


ଏକଈ ଈଶ୍ଵର ଦ୍ଵିତୀୟ ନାସ୍ତି

ଲକ୍ଷ୍ୟ ଏହିପରି ହେଉ,

ଶୋଷଣ,ଦୁର୍ନିତି, ହିଂସା,କନ୍ଦଳ

ମାଆ ଗର୍ଭେ ନ ରହୁ‌।


ଆଜି ଏ ଦିବସେ ନିଅ ଶପଥ

ହେ ମୋର ଯୁବ ବନ୍ଧୁଗଣ.

ଦୂର କରିବା ସ୍ଵାର୍ଥପରତା,

ଦାରିଦ୍ର୍ୟ, ଆତଙ୍କର ସଂଗଠନ।


ମାଆର ରକ୍ଷା ପାଇଁ

ଯାଉ ପଛେ ଏ ପ୍ରାଣ,

ବିଦେଶୀ ହାତରେ ବିକିବାନି

କରିବାନି ତାକୁ ବିଚ୍ଛିନ୍ନ।


ଅସ୍ପୃଶ୍ୟତା ନାମେ ଭାଇକୁ ଭାଇଠୁ

କରିବାନି ବିଚ୍ଛେଦ

ରାଜନୀତି ନାମେ ମା'ର ଆମେ

କରିବାନି ଶିରଚ୍ଛେଦ।


ସ୍ନେହ, ଶ୍ରଦ୍ଧା,ଭ୍ରାତୁଭାବ

ହେଉ ଆମ ମୂଳନୀତି,

କଣ୍ଠରେ ସର୍ବଦା ରହୁ

ଭାରତର ଜୟ ଗୀତି।


ବିଶ୍ଵ ଶାନ୍ତି ଏକତା ଯାତ୍ରାରେ

ହୋଇ ସାମିଲ୍

ସାମ୍ରାଜ୍ୟବାଦ,ଶୀତଳଯୁଦ୍ଧକୁ

କରିଦେବା ଖିନଭିନ।


ଦରକାର ନାହିଁ ହାତ ହତିଆର

ଦରକାର ଆଜି ପ୍ରେମ ଅସ୍ତ୍ର,

ହାତକୁ ହାତ, କାନ୍ଧକୁ କାନ୍ଧ ମିଳାଇ

କରିବା ଭାରତ ଏକତ୍ର।


ବିଶ୍ଵ ଦରବାରେ ମାଆକୁ ଆମର

କରିବାରେ ପ୍ରତିଷ୍ଠିତ,

ଯାହା ଦିନେ କରିଥିଲେ,

ନେତାଜୀ,ଭଗତ, ବିବେକାନନ୍ଦ।


ବିଶ୍ଵ ଇତିହାସେ ଭାରତର ନାମ

କରିବାରେ ଆମେ ଉଚ୍ଚା,

ସ୍ଵର୍ଣ୍ଣ ଅକ୍ଷରେ ଲେଖିଦେବା

ତା'ର ଇତିହାସ ପୃଷ୍ଠା।


ନବ ସକାଳର ନବ କିରଣରେ

କରିଦେବା ସବୁ ଧୈ।ତ,

ଶ୍ରୀ ହୀନ ମାଆକୁ ଆମେ

କରିବା ଶ୍ରୀ ମଣ୍ଡିତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational