STORYMIRROR

Sanjya Tripathy

Classics

3  

Sanjya Tripathy

Classics

ନୂଆଁଖାଇ

ନୂଆଁଖାଇ

1 min
172



ନୂଆଁଖାଇ ଆସିଛି:

କଂଠିତା ମୌସୁମୀର ବିକ୍ଷିପ୍ତ ବାରିଧାରାରେ

ଅପରିପକ୍ଳ ଶ୍ୟାମଳିମାରେ- ଅପରିପୁଷ୍ଟ ଦୁର୍ବାଦଳରେ

ଅଭାବର ବଳତାରେ- ପର୍ଜାନସୀନ୍ ପ୍ରାଚୁର୍ଯ୍ୟରେ

ନୂଆଁଖାଇ ଆସେ:

ମୌସୁମୀ ସିକ୍ତ ।

ର୍ବାଦଳଭରା ସବୁଜିମାରେ

ନାଲି ଟୁକୁ ଟୁକୁ ଆଧବବୋହୁର ହାସ୍ୟଛଟାରେ

ନଷ୍ଟନୀଡ ବେଦନା ର କୃଷ୍ଣଚୂଡା ତୋଳିବାରେ

ନୂଆଁଖାଇ ଆସିଛି:

ପ୍ରଶାସନ ପ୍ରାୟୋଜିତ କାର୍ଯ୍ୟକ୍ରମର ବିଫଳତାରେ

ନିରନ୍ତି ଜନତୀକ ଆଉଁ ଚିତକାରରେ

। ଭିଡ ଭିତରେ ହଜିଯାଇଥିବା କର୍ମସଂସ୍କୃତିରେ

ସୂଦୂର ପରାହତ ପ୍ରଗତି ଓ ପରିବର୍ତ୍ତନର

ପରାଜିତ ସୈନିକର ଭଗୀର ମର୍ମବେଦରେ

ବୃତଖୁତ ପୁଷ୍ପର ମାର୍ମିକ ରାଗିଣୀ ..

ନୂଆଁଖାଇ ଆସିବ: ସ୍ଵଚ୍ଛ, ଉତ୍ତରଦାୟୀ କର୍ମସଂସ୍କୃତିରେ

ପ୍ରଗତି ଓ ପରିବର୍ତ୍ତନର ମୃଦୁଦ ମଳୟରେ

କ୍ଷୁଧାମୁକ୍ତ ବିଶ୍ଵର ସାର୍ଥକ ସ୍ୱପ୍ନରେ


Rate this content
Log in

Similar oriya poem from Classics