STORYMIRROR

Sunanda Mohanty

Classics Inspirational Others

4  

Sunanda Mohanty

Classics Inspirational Others

ନୂଆଖାଇ

ନୂଆଖାଇ

1 min
404

ବାରମାସେ ତେର ପରବ 

ପାଳନ୍ତି ଓଡିଶା ରାଇଜ 

ପଶ୍ଚିମ ଓଡିଶା ଭାଇଚାରା ପର୍ବ 

ନୂଆଖାଇ ଭାରି ମଉଜ 

ଭେଟଘାଟ ହୁଏ ବରଜ 

କ୍ଷୀରି ପିଠା ପୁରୀ ସାଥେ 

ଜାଇଫୁଲ ଗୀତେ 

ନାଚନ୍ତି ସର୍ବେ ପଶ୍ଚିମ ରାଇଜ 

ସତରେ ଭାରି ଗହଳି 

କୋଳାକୋଳି ଆଉ ଅପୂର୍ବ ମେଳି 

ନୂଆ ଧାନ ର ଦରବ 

ଖାଇ ଦେଖାନ୍ତି ଦରଦ 

ମାଆ ସମଲେଇ ହରଷ 

ଦିଅନ୍ତି ଆର୍ଶୀବାଦ ଜୀବନ ଜୀବିକା 

ହୁଏ ଭାରି ସହଜ 

ସମ୍ବଲପୁରିଆ ନାଚ ନାଚି 

ଦେହ ଦରଜ 

ବରଷକେ ଥରେ ମଜ୍ଜା ମଉଜ 

ଜଗନ୍ନାଥ ଭାଈ ପୁରୀରେ ଥାଇ 

ମାଆ ସମଲେଇଙ୍କୁ ଡାକନ୍ତି 

ଆ ଆ ମୋ ଭଉଣୀ ପାଳିବୁ ରଜ 

ସମଲେଇ ମାଆ କହୁଥାଏ ସତେ 

ଭେଟଘାଟ ନାଚ ରେ ଯୋଉ ମଉଜ 

କିଏ ଯିବ ପୁରୀ ଆସ ଭାଈ 

ହୁଅ ସଜବାଜ 

ନ ଆସିଲେ ନାହିଁ କାହାର କି ଗରଜ

ପଶ୍ଚିମ ଓଡିଶା ପରବେ ଥରେ 

ହୁଅ ଥରେ ଭାଗ ନୁହେଁ କରଜ 

ସତରେ ଭେଟଘାଟ ନୁହେଁ ସହଜ 

ନୂଆଖାଇ ନୂଆପିନ୍ଧି ସାଜ ସଜ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics