STORYMIRROR

Nibedita Mishra

Tragedy

3  

Nibedita Mishra

Tragedy

ନୂଆବର୍ଷର ଅନୁଭୂତି

ନୂଆବର୍ଷର ଅନୁଭୂତି

1 min
220

ନୂଆ ବରଷ ଆସେ ଚିରାଚରିତ ଭାବେ ପ୍ରତି ବରଷ

କାହା ଲାଗି ଆଣେ ଅନୁଭବ ତ କାହା ଲାଗି ଆଣେ ହରଷ।

ଦିନ ସଂଖ୍ୟା ବଦଳେ ବଦଳେ ମସିହାର କ୍ରମିକ ସଂଖ୍ୟା

ଯାହା ବଦଳି ନ ପାରେ ତାହା ହେଲା ଭାଗ୍ୟରେଖା।


କେତେ ଆଶା ସଞ୍ଚିଥିଲା ଆମ ଗାଁ ସନିଆ ଭାଇ

ଏସନ ତାହାର ସୁନା ଲହଲହ କ୍ଷେତକୁ ନେଇ।

ଭାବିଥିଲା ଧାନ ବିକି କରିବ ଝିଅ ବାହାଘର

ସଜାଡି ନେବ ନିଜ ଅସଜଡା ଛାତ ଉପର।

ହେଲେ ତାହା ସ୍ବପ୍ନକୁ ଚୁରମାର କରିଦେଇଗଲା

ଅଦିନିଆ ବରଷା ଝଡି ସହ କୁଆପଥର ମାଡ।


ବଷଷ୍ଟାଣ୍ଡ ପାଖ ଫୁଟପାଥ ଉପରେ ଶୋଇଥିଲା ଛୋଟୁ 

ହାଡଭଙ୍ଗା ଶୀତରେ ଫଟାକମ୍ବଳେ ଘୋଡାଇ ନିଜ ଦେହକୁ ।

ଭାବୁଥିଲା ନୂଆ ବରଷ ସକାଳେ କେଉଁ ଏନଜିଓ ଆସି

କାଳେ ନୁଆ କମ୍ବଳଟିଏ ସାଥେ ଦେବେ କିଛି ଖାଦ୍ୟ ପରଷି।

ହେଲେ ସୂର୍ଯ୍ୟୋଦୟ ସାଥେ ଅସ୍ତ ହେଲା ତା ଜୀବନ ପ୍ରଦୀପ

"ଶୀତର ଆଧିକ୍ୟ ହେତୁ ଅଜଣା ବାଳକର ମୃତ୍ୟୁ"

ଥିଲା ସେ ଦିନ ସହରର ଖବର ପ୍ରମୁଖ।


ଯୌବନର ପାହାଚରେ ନୂଆ ନୂଆ ପାଦଥାପିଥିଲା ରମା

ଜିରୋ ନାଇଟ ପାଳନ ଲାଗି ଯାଇଥିଲା ପାର୍ଟିରେ ।

ହେଲେ ମଦ ନିଶାରେ ଚୁରମାର କିଛି ବନ୍ଧୁଙ୍କ ହାତରେ

ଲୁଟି ଯାଇଥିଲା ତାହାର ସର୍ବସ୍ୱ ସେ ଅନ୍ଧାର ରାତିରେ।

ନୂଆ ବରଷ ସକାଳେ ତା ମୃତଦେହ ପଡିଥିଲା ପଡିଆରେ

ତା କଳଙ୍କିତ ଦେହ ପ୍ରଦର୍ଶିତ ହେଉଥିଲା ପ୍ରତି ଚ୍ୟାନେଲରେ।


ଏତିକି ସବୁ ଦେଖି ସାରିଲା ପରେ ପ୍ରଶ୍ନ ଉଠେ ମନରେ

ସତରେ କଣ ନୁଆବରଷ ଆସେ କିଛି ନୂଆବାର୍ତ୍ତା ନେଇ?

ଏହା କେବଳ ଆସେ କ୍ରମିକ ସଂଖ୍ୟା ବଦଳାଇବା ପାଇଁ

ବର୍ଷ ମାସ ଦିନ ସହ ନୂତନତ୍ୱ ଆସନ୍ତା ଯଦି ଜୀବନେ 

ତେବେ ହୁଏତ ନୂଆବର୍ଷର ଉତ୍କଣ୍ଠା ରହନ୍ତା ପ୍ରତି ମନେ।



Rate this content
Log in

Similar oriya poem from Tragedy