STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୨

Inspirational

ନୂଆବର୍ଷ ତୁମକୁ ସ୍ୱାଗତ

ନୂଆବର୍ଷ ତୁମକୁ ସ୍ୱାଗତ

1 min
13.6K



ଯମେଶ୍ୱର କହଲସିଂହ


ମନରୁ ଲିଭିନି ଚକଡ଼ାଚଡ଼କ

ଅଦିନ ବରଷାସୁଅ

ପାଚିଲା ଫସଲ ପାଣି ଧୋଇନେଲା

ଚାଷୀର ଛାତିରେ କୋହ ।

ଦରଦାମ୍‌ ନିଆଁ ଜଳେ ହୁତୁହୁତୁ

ଜୀବନ ଦୁର୍ବିସହ

ଭାଷଣବାଜିରେ ଚାଲିଛି କେବଳ

ପ୍ରତିଶ୍ରୁତିର ସୁଅ

ଏବେଳରେ ତୁମେ ଆସ ନୂଆବର୍ଷ

ଦୁଃଖ ନେଇ ସୁଖ ଦିଅ । ।

ବାଣରୋଶଣିରେ କରୁଛୁ ସ୍ୱାଗତ

ଆସ ହେ ଅଠର ଆସ

ମାଟି ମଣିଷର ମଉଳା ମୁହଁରେ

ଫୁଟୁ ମୁଠା ମୁଠା ହସ

ନୂଆ ମନ ନେଇ ନୂଆବର୍ଷ ହୁଅ

ଆଦର୍ଶର ବାର୍ତ୍ତାବହ । ।


Rate this content
Log in

Similar oriya poem from Inspirational