STORYMIRROR

Rasmita Dixit

Romance

4  

Rasmita Dixit

Romance

ନୂଆବର୍ଷ ଭେଟି

ନୂଆବର୍ଷ ଭେଟି

2 mins
189


କଥା କଣ !!!!

ଆଜି ଏତେବେଳ ହେଲା

ମେସେଜ ନାହିଁ .....

ଫୋନ କଲ ନାହିଁ -----

ଚାହିଁ ଚାହିଁ ଫୋନ କୁ

ଆଖି ପୋଡ଼ିଲାଣି ,

ଟିକେ ଟିକେ ବ୍ୟବଧାନ ରେ

ଫୋନ ଚେକ କରି କରି

ଆଙ୍ଗୁଠି ଦରଜ ହେଲାଣି ।

ଏଥିରେ କଣ ନା .....

ମତେ ବହୁତ ଭଲ ପାଅ !!!

ଦିନରେ ଅତି କମରେ ଦଶ ଥର

ଘୋଷୁଥାଅ ପୁରୁଣା ରେକର୍ଡ ପରି

ହେଲେ ବର୍ଷର ଆଜି ଆରମ୍ଭ ଦିନ

ସବୁ କିଛି ବନ୍ଦ

ଚୁପ ଚାପ

ହେତ !!!! ଏମିତି କଣ ଭଲ ଲାଗେ ????

ଦିନ ସାରା ତୁମର ଫୋନ କଲ କୁ

ମୁଁ ପରା ଚାହିଁ ବସିଥାଏ --

" କାହିଁକି ହଇରାଣ କରୁଛ ??

ଡିଷ୍ଟର୍ବ କରୁଚ ମତେ କାମ ମଝିରେ ...

ଉଠଉଛ କେତେବେଳେ ଠାକୁର ପୂଜା ରୁ

ତ କେତେବେଳେ ପରିବା କଟା ରୁ

ଅଧା ଲୁଗା ସଫାରୁ

ପୁଣି ବାସନ ମଜା ରୁ !!! "

ହଉ ହେଲା ,

ଏବେ ତୁମେ ଦୂର ରେ ଅଛ

ମୋ ପାଇଁ ଵ୍ୟସ୍ତ ---

ହେଲେ ମୁଁ କଣ ଛୋଟ ପିଲା ???

ମଲା ମୋର - - -

ଏଇ ଗୋଟାଏ କଥା କହିବାକୁ

ଏତେ ଥର ଫୋନ କରୁଚ ;

ମୁଁ କେମିତି ଅଛି ?

କଣ କରୁଛି ?

ଠିକ ଅଛି ?

ଔଷଧ ଠିକ ଭାବେ ଖାଉଛି ?

ଘର କବାଟ ଠିକ ଭାବେ ବନ୍ଦ କରିଛି ???

ଓଃ ହୋ !!! ସବୁ ଠିକ ଅଛି

ମୁଁ ଠିକ ଅଛି .......

ଏତକ ଉତ୍ତର ଦେଇ

ଫୋନ କାଟିଲା ବେଳକୁ

ସବୁଥର ବିରକ୍ତିର ରେଖା

ମୁହଁରୁ ଉଭେଇ ଛୋଟ ହସଟିଏ

ମୋ ଓଠରେ ଖେଳି ଯାଇଛି ।

ହେଲେ ଆଜି ------

କିଛି କରିବାକୁ ମନ ହେଉନାହିଁ

ସବୁ କାମ ଅଧା

ପୁରା କରି ପାରୁନାହିଁ

ଲାଗୁଛି ଯେମିତି ପୃଥିବୀ ସାରାର ଶବ୍ଦ

ଶୋଇ ପଡିଛନ୍ତି ।

ଆଉ ଅପେକ୍ଷା କରିପାରିବିନି

ଭୟ , ଆଶଙ୍କା ଏବେ ଘାରିଲାଣି

ଅଭିମାନ ଠାରୁ ଦ୍ବନ୍ଦ୍ୱ ମତେ ଖାଇଲାଣି

ବୁଝିନିଏ ମୋ ତରଫରୁ

କିଛି ଅସୁବିଧା ହେଇଥିବ କାଳେ ????

ଏତିକି ବେଳେ ତୁମର ଫୋନ --

ମୁଁ କହିଲି - " ହାଲୋ !! କୁଆଡେ ଥିଲ ଆଜି

ଏତେବେଳ ଯାଏ ?????

ବୁଝିନ ତ ମୁଁ ମଲି କି ବଞ୍ଚିଲି

ହଁ -- ମୋ କଥା କଣ କେବେ ତୁମ ମନେ ଥାଏ ?

ସବୁ ଦିନ ପରି ମିଠା ହସ ତୁମ ,

ରୁହ ,ରୁହ ଥୟ ଧର

ସବୁ ପଚାରିଦେବ କଣ ଆଜି ଏକାଥରେ ??

ଆରେ !!! କବାଟ ତ ଖୋଲ .....

କେତେବେଳୁ ମୁଁ ନକ କରୁଛି .....

ତୁମେ ଅଛ କେଉଁ ଦୁନିଆ ରେ ???

ମୁଁ ପରା ଏବେ ଆମ ଘର ସାମନାରେ !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance