STORYMIRROR

AJIT KIMAR TRIATHY

Abstract

2  

AJIT KIMAR TRIATHY

Abstract

ନୂଆ ବରଷର ନୂଆ ସନଦେଶ

ନୂଆ ବରଷର ନୂଆ ସନଦେଶ

1 min
171

ନୂଆବର୍ଷ ତୁମେ ପ୍ରତି ବର୍ଷ ଆସ

ଭିନ୍ନ ରୂପରେ ,ଭିନ୍ନ ପ୍ରକାରେ ହସ

ଭିନ୍ନ ନାମେ ପୁଣି ଭିନ୍ନ କର୍ମରେ ପ୍ରବେଶ

ନୂତନତା କିଛି ନାହିଁ, ସବୁ ପ୍ରାଚୀନ ସର୍ବସ୍ୱ

ବୃଥା ଆୟୋଜନ, ବୃଥା ଛଳନା ହରଷ

ନୁହଇକି ଏହା ନିଷ୍ଫଳ,ନିର୍ମମ ପ୍ରୟାସ

ଦେଇକି ପାରିବ ତୁମେ ନବୀନ ସନ୍ଦେଶ

ଆଣି ପାରିବକି ନୂତନ ଆଶା ଓ ବିଶ୍ୱାସ

ଅଭିନନ୍ଦନ ନାମେ ଏଠି ଯାହା ହୁଏ

କହିବାକୁ ଲାଜ,ଶୁଣିଲେ ବେହୋସ

ଆନନ୍ଦ ଉଲ୍ଲାସେ,ମଦ,ଆମିଷେ ହବିଷ

ପାଳନ୍ତି ସର୍ବେ ନୃତ୍ୟ,ଗୀତର ତାମସ

ମଦର ବନ୍ୟା ମାତଲଙ୍କ ବୋବାଳି

ନୀରିହ ଜୀବ ଗୁଡକ ପଡୁଛନ୍ତି ବଳି

କୁକୁଡା,ଅଣ୍ଡା,ମାଛ,ମେଣ୍ଢା ଆଉ ଛେଳି

ଭୋଜିର ଆସରେ ପରିବେଶ ପଡଇ ଉଛୁଳି

ପ୍ରେମିକ,ପ୍ରେମିକା ପରସ୍ପର କୋଳା କୋଳି

ନୂତନ ପ୍ରାଚୀନ,ମଧ୍ୟେ ହୁଏ ପ୍ରବେଷ ପ୍ରସ୍ଥାନ

ମଧ୍ୟରାତ୍ରେ,ସମୟ ଶୂନ ହୁଏ ବାଣର କମ୍ପନ

ହାଲା ଗୁଲା ପାଟି ତୁଣ୍ଡେ ଫାଟିଯାଏ କାନ

ରାସ୍ତା ଘାଟ,କାନ୍ଥ ବାଡ ସ୍ୱାଗତ,ଅଭିନନ୍ଦନ

ମୁଁ ଜାଣିବାରେ ଏସବୁ ମୂଲ୍ୟହୀନ

ବୃଥା ଆଡମ୍ବର,ବେକାର ପ୍ରହସନ

ନାରୀ ଲୋଭି ନର ହୁଅନ୍ତି ପ୍ରସନ୍ନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract