STORYMIRROR

Kalandi pal

Inspirational

4  

Kalandi pal

Inspirational

ନୂଆ ବର୍ଷର ଅନୁଭୂତି

ନୂଆ ବର୍ଷର ଅନୁଭୂତି

1 min
362


ନବ ଉନ୍ମାଦନା ନୂତନ ଭାବନା

   ପାଞ୍ଚିଛି ମଣିଷ କେତେ.

ସ୍ୱାଗତ କରିବ ନୂଆ ବରଷକୁ

   କେତେ ସାଜ ସଜା ସତେ.!!


ଦୁଃଖ ଦେଇଗଲା ବିଗତ ବରଷ

    ଆଖିରୁ ଲିଭୁନି ଲୁହ.

କେଉଁ ସରାଗରେ ଏତେ ଆଡମ୍ବରେ

    କେଉଁ ସୁଖ ଅଛି କୁହ.!!


ବୃଥା ଆସ୍ଫାଳନ ନୂଆ ବର୍ଷ ଦିନ

    ନୂତନତ୍ବ କିଛି ନାହିଁ.

ଈଶ୍ୱର ପ୍ରଦତ୍ତ ସକଳ ଓ ସନ୍ଧ୍ୟା

    ବଦଳି ଯାଏ ତ ନାହିଁ.!!


ନୂଆ କିଛି ନୁହେଁ ପବନ ବହିବା

    ବର୍ଷିବା ବରଷା ଧରା.

ମୃଦୁ ମଳୟର ସୁବାସିତ ବାସ୍ନା

    ଗ୍ରୀଷ୍ମ କାଳ ଝାଂଜି ଖରା.!!


ଭୁଲିଗଲେ ଆମେ ଆମ ପରମ୍ପରା

    ପଣାକୁ ନୂଆ ବରଷ.

ଭୁଲିଗଲେ ଆମେ ଆମ ବେଶ ଭୁଷା

    ଗାନ୍ଧିଜୀଙ୍କ ଉପଦେଶ.,!!


ଶତ୍ରୁ ବୋଲି କହି ଯାହାଙ୍କୁ ତଡିଲେ

    ତାଙ୍କ ନୀତି ମାନି ଚଳୁ.

ନିର୍ଲଜ ମୁହଁରେ ମଜଗୁଲ ହୋଇ

   ଇଂରେଜୀ ବରଷ ପାଳୁ.!!


ଆମ ସ୍ୱାଭିମାନ ଆମେ ହରାଉଛେ

    କାହାକୁ ବା ଦେବା ଦୋଷ.

ଭାବିଲେନି କେବେ ଜାତି ଦେଶ କଥା

    ଯା କୋଳେ କରୁଛେ ବାସ.!!


କୋଟି କୋଟି ଟଙ୍କା ଅପବ୍ୟୟ ଏଠି

    ଇଂରେଜୀ ନୂଆ ବରଷେ.

ପେଟ ପୁରେ ନାହିଁ କାହାର ଏଠାରେ

    ରହିଯାଏ ଉପବାସେ.!!


ଯେତେ ଖର୍ଚ୍ଚ କଲେ କିଏ କି କହିବ

   ଭାରତ ନୂଆ ବରଷ ?

ଇଂରେଜୀ ପ୍ରଥାକୁ ପାଳି ଆଜି ଆମେ

    ପାଉ ମନରେ ହରଷ.!!


ନୂଆ ବରଷର ଅନୁଭୂତି ଏହା

    ମନରେ ସାଧୁଛି ଦାଉ.

ସଂସ୍କୃତି ବିକାଶ ଶିକ୍ଷାର ଅଭାବ

    ପର ସଂସ୍କୃତିକୁ ଯାଉ.!!



Rate this content
Log in

Similar oriya poem from Inspirational