STORYMIRROR

Minakshi Samal

Abstract

2  

Minakshi Samal

Abstract

ନୂଆ ବରଷ

ନୂଆ ବରଷ

1 min
259

ନୂତନ ଆଶା ଉଛ୍ବାସ ଭରିଅଛି ମନରେ

ଆତ୍ମବିଶ୍ୱାସର ବଳ ଜାତ ହୁଏ ତନୁରେ

ସିଂହସମ ବଳେ କରି ତେଜିୟାନ ନିଜକୁ

ପରାଜିତ କରିଯିବା ଅନ୍ୟାୟ ଅନୀତିକୁ


ଚତୁର୍ଦ୍ଦିଗେ ଭରିଅଛି ହାହାକାର ଦାରୁଣ

ଦାରିଦ୍ର୍ୟ,ବେରୋଜଗାରୀ ବା କନ୍ୟାରତ୍ନ ହରଣ

ଅଶ୍ରୁଜଳେ ସିକ୍ତ ଯେତେ ଶ୍ରାନ୍ତ ମୁଖମଣ୍ଡଳ

ଲୋତକ ପୋଛି ତାଙ୍କର ନ୍ୟାୟ ଦେବା ସଅଳ


ନୂତନ ବରଷ ଭରିଉଠୁ ନୂଆ ଶୌର୍ଯ୍ୟରେ

ସମାଜ,ଦେଶ ପହଞ୍ଚୁ ଉନ୍ନତିର ଶୀର୍ଷରେ

ନୂତନ ଆଶାର ଆଲୋକରେ ସିଞ୍ଚା ଧରଣୀ

କର୍ମବୀର ସାଜି ସାଥୀ ଆସ ଧରି କରଣୀ


ସ୍ବପ୍ନକୁ ସାକାର ରଙ୍ଗ ଦେବା ଆମ ତୁଳୀରେ

ସଂକୀର୍ଣ୍ଣତାବାଦକୁ ଉଡାଇବା ଯେ ଧୂଳିରେ

ଦୃଢ ମନୋବଳେ ଅଗ୍ରସର ପ୍ରଗତିପଥେ

ମିଳାଇବା ହାତ ଆସ ଆମେ ଜଗତ ହିତେ


ନୂତନ ବରଷ ଆଣିଦେବ ନୂଆ ସପନ

ଘରେ ଘରେ ଭରିଯିବ ଖୁସି କେତେ ନୂତନ

ଆବାଳ ବୃଦ୍ଧ ବନିତା ଖୁସି ହେବେ ଅନ୍ତରୁ

ଦୁଃଖର ଅମା ଅନ୍ଧାର ହଟିଯିବ ଧରାରୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract