Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Inspirational

3  

Maheswar sahoo

Inspirational

ନୂଆ ବରଷ ମୁଁ କହେ

ନୂଆ ବରଷ ମୁଁ କହେ

1 min
395


ନୂଆ ବରଷ ମୁଁ,   ମୁହିଁ ନିରୀମାଖୀ,

   ଆଦରରେ ଆଜି କହେ ।

ହେ ଭାଇ ଭଉଣୀ, ଭଦ୍ର ନର ନାରୀ,

    ଅଭିନନ୍ଦନ ଜଣାଏ ।।

ଆସୁଅଛି ମୁହିଁ,    ଆଗକୁ ଆସିବି,

   କେତେ ନୂଆ ସ୍ୱପ୍ନ ନେଇ ।

କାହାକୁ କନ୍ଧାଏ,   କାହାକୁ ହସାଏ,

   ନିଜ କର୍ମ ସାଥେ ରହି ।।

ଉଣେଇଶ ଗଲା, କୋଡିଏ ଆସିଲା,

   ଏମିତି ମୁଁ ବଢୁ ଥିବି ।

ଜନ୍ମ ମୃତ୍ୟୁ ସାଥେ,  ରହି ମୁଁ ଜଡ଼ିତ,

    ଚଲା ପଥେ ଚାଲି ଯିବି ।।

ବଞ୍ଚିବା ଆକାଂକ୍ଷା,  ସବୁରି ହୃଦୟେ,

    ପ୍ରାଣୀଠୁଁ ଉଦ୍ଭିଦ ଯାଏ ।

ନିଜେ ବଞ୍ଚି ଯଦି,   ବଞ୍ଚାଏ ଅନ୍ୟକୁ,

   ଜ୍ଞାନୀ ଗୁଣି ସେ ବୋଲାଏ ।।

ଜୀବ ହତ୍ୟା କରି, ସୁଖର ଆଶାରେ,

   ମଦ୍ୟପାନ ନାଚ ଗୀତ ।

କ୍ଷଣିକ ସୁଖକୁ,     ଆଦରିଣ ବନ୍ଧୁ,

    ଅଧର୍ମକୁ କର ମିତ ।।

ଉଚ୍ଚ ଶବ୍ଦ ଧ୍ୱନି,   ବାୟୁ ପ୍ରଦ୍ୟୁଷଣ,

   ମଦ୍ୟପାନ ପାଇଁ ରୋଗ ।

ନୂଆ ବରଷକୁ,   ଧର୍ମ କାର୍ଯ୍ୟ ପାଇଁ,

    କରହେ ସର୍ବେ ଉତ୍ସର୍ଗ ।।



Rate this content
Log in

Similar oriya poem from Inspirational