STORYMIRROR

Chittaranjan Lenka

Abstract Others Inspirational

2  

Chittaranjan Lenka

Abstract Others Inspirational

ନୂଆ ଭାଷା ପ୍ରେମ

ନୂଆ ଭାଷା ପ୍ରେମ

1 min
13.4K


ହିନ୍ଦୀ କି ଅଙ୍ଗ୍ରେଜୀ   ତେଲୁଗୁ ତାମିଲ୍

ନୁହେଁ ଅନ୍ୟ ଭାଷା କିଛି

ସ୍କୁଲ୍ କଲେଜ୍ ବା   ବିଶ୍ୱ ବିଦ୍ୟାଳୟେ

ଶିଖିବ ଅବା ଶିଖିଛି


ଯାହା ପାଶେ ଯେତେ   ଧନ ଥାଉ ପଛେ

କରୁ ତା ବଳ ପ୍ରୟୋଗ

ପାରେ ନାହିଁ ଶିଖି    କେବେ ସେ ଭାଷାକୁ

ପାଏ ନାହିଁ ଟିକେ ଭାଗ


ସବୁଠୁ ଆଶ୍ଚର୍ଯ୍ୟ    ସମସ୍ତେ ସେ ଭାଷା

ନ ପଢି ବି ଶିଖିଥାନ୍ତି

ଅଯୋଗ୍ୟ ପଣରୁ    ସହଜରେ ତାକୁ

ମନରୁ ପୋଛି ଦିଅନ୍ତି


ସମସ୍ତଙ୍କ ମାଆ      ଜନମ କାଳରୁ

ଦେଇଥାନ୍ତି ସେହି ଶିକ୍ଷା

ବାପା ଭାଇ ଭଗ୍ନୀ    ଅତି ସରାଗରେ

ଦିଅନ୍ତି ବି ସେହି ଦୀକ୍ଷା


ଶିଖିବାକୁ ମନ    କେବେ ବି ଦିଏନା

ଯିଏ ଅଯୋଗ୍ୟ ସନ୍ତାନ

କେମିତ ଜାଣିବ  ସେ ମଧୁର ଭାଷା

କାହାକୁ କହନ୍ତି ପ୍ରେମ???



ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract