Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Gitanjali Pujapanda

Romance Tragedy Others

4  

Gitanjali Pujapanda

Romance Tragedy Others

ନୁହେଁ ପାଣିର ଗାର

ନୁହେଁ ପାଣିର ଗାର

1 min
249


କିଛି ତୁମ ହୃଦୟର କଥା କିଛି 

ମୋ ହୃଦୟର କଥା ଆଉ ବ୍ୟଥା 

ମିଶି ତୁମର ଓ ମୋର ଦୁହିଁ ଙ୍କର ମନରେ 

ପ୍ରେମ ର ଶିଖା ଜାଳେ ଦିବାନିସି ।


ତୁମେ ଭାବି ନେଇ ଛ କି ପାଣିର ଗାର 

କିଛି ଦିନର ନା କିଛି ମୁହୂର୍ତ୍ତର ଜନ୍ମ 

ଠାରୁ ଜନ୍ମାନ୍ତର ତୁମ ସହିତ ବନ୍ଧନ ମୋର

ଏତେ ସହଜ ନୁହେଁ କରିବା ହସ କାନ୍ଦ ଲୁହ ଭିଜା ସଂସାର।


ପାଣିଗାର ନୁହେଁ ହୃଦୟ ରେ ପଡିଥିବା 

ତୁମ ପ୍ରେମ ର ଲକ୍ଷ୍ମଣ ରେଖା ଯାହାକୁ 

ପାରି କରିବା ମୋ ପାଖ ରେ ନୁହେଁ ଏତେସହଜ କଥା ।

ଖାଲି ମୁଁ ଯେ ତୁମ ପ୍ରେମ ପାଗଳୀ

ତୁମେ ନୁହେଁ ଏକଥା ଜାଣି ବି 

ହୃଦୟ ତୁମକୁ ହିଁ ଭାବେ ଜୀବନ୍ତ ଦେବତା।


ସମ୍ପର୍କ ର ରେଖା ଯେ ଲକ୍ଷ୍ମଣରେଖା ଜୀବନର 

ନୁହେଁ ସେ ପାଣିର ଏକ ଗାର ସାଧାରଣ

ଯାହା ଖରାର ତାତିରେ ଜୀବନର ଝଡ଼ରେ 

ହୃଦୟ ରୁ ଯାଏ ଲିଭି ,ମନ ର ମଣିଷ ପାଖ ରେ 

ପାଣି ର ଗାର ବି ପାଲଟି ଯାଏ ସିନ୍ଦୁରର ଧାର।



Rate this content
Log in