STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Tragedy

2  

ପ୍ରିୟଦର୍ଶିନୀ ମହାନ୍ତି

Tragedy

ନୁହେଁ ମୁଁ କବି

ନୁହେଁ ମୁଁ କବି

1 min
150

ନୁହେଁ ମୁଁ କବି

ଲେଖି ଦିଏ କିଛି କଥା

ସମାଜର ରୀତି, ନୀତି, ପ୍ରଥା

କିଛି ବିରହି ମନର ବ୍ୟଥା

ହୃଦ କାଗଜରେ 

ଭାବନା ସ୍ୟାହିରେ

ଆଙ୍କିଦିଏ କିଛି ଛବି


ନୁହେଁ ମୁଁ କବି

ନାହିଁ ମୋର ଭାଷା ଜ୍ଞାନ

ନାହିଁ ମାଧୁର୍ଯ୍ୟ ଭରା ଶବ୍ଦମାନ,

କବିତାରେ ନାହିଁ ପ୍ରାଣ

ହୃଦ କାଗଜରେ 

ଭାବନା ସ୍ୟାହିରେ

ଆଙ୍କିଦିଏ କିଛି ଛବି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy