STORYMIRROR

Kalandi pal

Inspirational

3  

Kalandi pal

Inspirational

ନଟ ଅଜାଙ୍କ ପାନ ମହିମା

ନଟ ଅଜାଙ୍କ ପାନ ମହିମା

1 min
293


ନଟିଆ ଅଜା ପାନ ଛେଚୁଥିଲେ

    ପକାଇ ଦାନିରେ ତାର

ପାଖେ ବସିଗଲା ନାତି ଟୋକା ରବି

    ହେଲା ବକର ବକର ll

ପୁରୁଣା କାଳିଆ ଲୋକ ଅଜା ତୁମେ

     ଛେଚି ଖାଉଅଛ ପାନ

ଆଜି କାଲି କିଏ ପାନ ଖାଉଅଛି

     ଗୁଟଖାରେ ଆମ ମନ ll

ଚୂନ ଲଗା ନାହିଁ ଛେଚା କୁଟା ନାହିଁ

     ଭାଙ୍ଗିବାକୁ ନାହିଁ ବେଳ

ଜରି ଚିରିଦେଇ ପାଟିରେ ପକାଇ

     ମଜ୍ଜା ନେଉ ଆମେ ତାର ll

ପାକୁଆ ପାଟିରେ ଅଜା କହିଗଲେ

    ପାନ ଅଟେ ପଞ୍ଚ ରସ

ଗୁଆ, ପାନ, ଚୂନ, ଧନିଆ, ଖଇର

    ଜୀର୍ଣ୍ଣ କାରକ ସେ ରସ ll

ପାନର ମହିମା ଜାଣିନାହଁ ତୁମେ

    ଗୁଟଖା କର ଆଦର

କର୍କଟ ରୋଗକୁ ଆପଣାଇ ଆଣ

     ଏଥିରେ ଦୋଷ କାହାର ll

ଜଗତର ନାଥ ପାନ ତ ଖାଆନ୍ତି

     କୁଣିଆଁ ଚର୍ଚ୍ଚା ପାନରେ

ରଜ ମଉଜରେ ପାନର ମଉଜ

     ଖାଇଛି ଯେ ଜାଣିଛିରେ ll

ମୁଖ ବାସ ବୋଲି ତାର ଅନ୍ୟ ନାମ

    ପଞ୍ଚ ରସର ମିଶ୍ରଣ

ଖାଦ୍ୟ ପରେ ଯଦି ଗୋଟିଏ ଖାଇବା

    ଜୀର୍ଣ୍ଣ ଶକ୍ତି ରହେ ଅକ୍ଷୁର୍ଣ୍ଣ ll

ଆଜିକାଲି ଟୋକା ଗୁଟଖା ଖାଉଛ

     ପାନରେ ଜର୍ଦ୍ଦା ଖାଉଛ

ଅଳପ ଦିନରେ ଅମୁଲ୍ୟ ଜୀବନ

     ଅକାରଣ କରି ଦେଉଛ ll

ଶାସ୍ତ୍ରର ସମ୍ମତ ଏହି ପାନ ରସ

      ଦେହପାଇଁ ହିତକର

ଅତି ହେଲେ ନାତି ସବୁତ ଖରାପ

      ବ୍ୟବହାରେ ସୀମା ତାର ll

ବୁଝିଗଲା ନାତି ଶପଥ କରିଲା

     ଖାଇବି ନାହିଁ ଗୁଟଖା

ସାଙ୍ଗ ସାଥି ମେଳେ ବୁଝାଇ କହିବି

      ଗୁଟଖା ଜୀବନ ନାଟିକା ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational