STORYMIRROR

Banabihari Mishra

Inspirational

3  

Banabihari Mishra

Inspirational

ନଷ୍ଟସ୍ୟ କାନ୍ୟଗତି

ନଷ୍ଟସ୍ୟ କାନ୍ୟଗତି

1 min
397


ଭେଟିଲି ଦିନେ ମୁଁ ବାବାଜୀ ଜଣଙ୍କୁ

ଗେରୁଆ ବସନ ପିନ୍ଧା

ଲମ୍ବା ନିଶଦାଢି କପାଳେ ତିଳକ

ଜଟା ସବୁ ମୁଣ୍ଡେ ବନ୍ଧା

ବାବାଜୀ ହେଇକି ଠିଆ ହେଇଛନ୍ତି

କଂସେଇ ଦୋକାନ ପାଶେ

ପଚାରିଲି ବାବା ଏଠି କାହିଁ ଠିଆ

ହୋଇଅଛ କିବା ଆଶେ

ଅତି ସନ୍ତର୍ପଣେ ନରମ ଗଳାରେ

ବାବାଜୀ କହିଲେ ଶୁଣ

ମାଉଁସ ଟିକିଏ ଆଜି ନେବି ମୁହିଁ

କରିବା ଟିକେ ତୁଉଣ

ଚକିତ ହୋଇ ମୁଁ ପଚାରି ବସିଲି

ତୁମେ ପରା ସାଧୁ ଅଟ

ଶାଗୁଆତି ତୁଣ ଖାଇବାକୁ କିଆଁ

କର ହେ ବାବା ଅଝଟ

ମୁରୁକି ହସିଲେ ଦାନ୍ତକୁ ଦେଖେଇ

କହିଲେ ବାପା ତୁ ଶୁଣ

ମଦ ସାଙ୍ଗେ ଭାରି ସୁଆଦ ଲାଗଇ

ଥିଲେ ମାଉଁସ ଚାଖଣ

କହିଲି ତୁମେ ତ ଭଲବାବା ଜଣେ

ଖାଉଛ ମାଉଁସ ମଦ

କି କରିବି ବାବୁ ଗଣିକାଳୟରେ

ମଦ୍ୟ ମାଂସ ସିନା ସ୍ୱାଦ

ଚକିତେ କହିଲି ଖାଅ ମଦ ମାଂସ

ସଙ୍ଗେ ପୁଣି ବେଶ୍ୟା ପ୍ରୀତି

ମ୍ରିୟମାଣ ହୋଇ ବାବାଜୀ କହିଲେ

ନଷ୍ଟର କି ଅବା ଗତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational