STORYMIRROR

Prafulla Chandra Mishra

Classics

2  

Prafulla Chandra Mishra

Classics

ନଶୁଣ ଆରତୀ ଆରତ

ନଶୁଣ ଆରତୀ ଆରତ

1 min
13.8K


• ନଶୁଣି ଆରତୀ ଆରତ

• ରାଗ—ମୁଖାରୀ

• ତାଳ--ଏକତାଳି

• କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- -------------------- ----------

• ନଶୁଣ ଆରତୀ ଆରତ , ଦୁଃଖୀ ସଙ୍ଗାତ

• ମଣିଷ ମନରେ ଖାଲି ନିଆଁ ଜଳେ

• ଦୁଃଖ ପରେ ଦୁଃଖ ଦିଅତ , ଦୁଃଖୀ ସଙ୍ଗାତ ।।

• ବିଷୟା ବିଷରେ ଛନ୍ଦି ଦେଲ ବନ୍ଧୁ

• ଲହରେ କରାଳ ଜଂଜାଳ ର ସିନ୍ଧୁ

• ନିଜେ ନିଜକୁ ନଚିହ୍ନିପାରି ଆଜି

• ପତନ ପଥର ପଥିକ ,

• ନଶୁଣ ପତିତ ଆରତ…।।

• କା ମନେ କିଏସେ ଏ ଖେଟ* ପ୍ରକୃତି

• ଭରି ଦେଉଅଛି ଆହେ ବିଶ୍ବପତି

• ମହା ଗୋଳ ଘନଘଟା କାଣ୍ଡ ଘଟେ

• ଆଘାତ ସହନ୍ତି ଭକତ

• ନଶୁଣ ପତିତ ଆରତ…।।

• ଅହଂକାରୀ ହସ୍ତେ ଧରି ବିଷ ଥାଳି

• ପୀୟୂଷ ପାତ୍ରରେ ଦେଉଛନ୍ତି ବୋଳି

• କି ଯଶ,ପୈ।ରୁ‌ଷ କିବା ପୁରୁଷାର୍ଥ

• ପାଇବେ ପାପିଷ୍ଠେ କହତ

• ନଶୁଣ ଆରତୀ ଆରତ…।।

• ଅର୍ଥ ଅନର୍ଥ ର ମୂଳ ସବୁଠାରେ

• ଡାକଇ ପ୍ରଫୁଲ୍ଲ ଦୟାକରି ବାରେ

• ପିଶାଚ ପ୍ରବୃତ୍ତି ମଣିଷ ମନରୁ

• କରିଦିଅ ଅପଚୟ ତ

• ନଶୁଣ ଆରତୀ ଆରତ…।।

• +++++++

• ଖେଟ*--ନିକୃଷ୍ଟ





Rate this content
Log in

Similar oriya poem from Classics