STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ନଶା କରିବା ଦୁର୍ଘଟଣା କାରଣ

ନଶା କରିବା ଦୁର୍ଘଟଣା କାରଣ

1 min
207


ଖୁସିର ସଂସାରେ ଦୁର୍ଘଟଣା ହୁଏ


ନଶା କରୁଥିବ ଯେବେ,


ସିଗାରେଟ ମଧ୍ୟ ଦୁଃଖ ଆଣି ଦେବ


ଏହାକୁ ଟାଣିବ ଯେବେ।୧।


ଛୁଆଙ୍କୁ ଘେନିଣ ଆସୁଛି ମୋର ସ୍ତ୍ରୀ


ଛୁଆଙ୍କୁ ଦେବ ହିଁ ସେହି


ଟାଣୁଥାଏ ମୁହିଁ ସିଗାରେଟ ଧରି


ଡ଼ରରେ ଫିଙ୍ଗିଲି ତହିଁ।୨।


ଛୋଟ ଛୁଆ ଦେଲା ମୋ କଳେ ଆଣିଣ


କୋଳ କରି ଟେକି ଦେଲି,


ଅନ୍ୟ ଛୁଆ ପୁଣି ସେ ଦୌଡ଼ି ଆସିଲେ


କୋଳ କର ବଲି ବଲି।୩।


ସିଗାରେଟ ତଳେ ଜଳୁ ଥିଲା ପୁଣି


ଧ୍ୟାନ ନାହିହିଁ କାହାର,


ତାପରେ ଚଢିଲେ ଛୁଆ ମୋର ସର୍ବୈ


କୋଳ ପାଇଁ ସେ ଆତୁର।୪।


ସିଗାରେଟ ଧୂଆଁ ମୋ ସ୍ତ୍ରୀ ଦେଖିଲା


ରାଗି ଉଠିଲା ସେ ଯରେ


ଛୁଆ ମାନେ ଦେଖି ସିଗାରେଟ ଧୂଆଁ


ମାଆଁଙ୍କୁ ଧରିଲେ ଯରେ।୫।


ପ୍ରତିଙ୍ଗା କରିଲି ଆଜି ଠାରୁ ମୁହିଁ


ସିଗାରେଟ ବହିଷ୍କାର,


ନ ଛୁଇଁବି କେଭେଁ ଏପରି ନଶାକୁ


ଗୃହସ୍ତ ହେବ ଅନ୍ଧାର।୬।


ଖୁସିର ଗୃହସ୍ତ ଦୁଃଖରେ ପଡନ୍ତା


ମୋର କାରଣରୁ ଆଜ,


ନ ଛୁଇଁବି ଏହି ସିଗାରେଟ ପୁଣି


ସପଥ କରୁଛି ଆଜ।୭।


ଖୁସିର ସଂସାର ଦୁର୍ଘଟଣା ହୁଏ


ନଶା କରୁଥିବ ଯେବେ,


ସିଗାରେଟ ମଧ୍ୟ ଦୁଃଖ ଆଣି ଦେବ


ଏହାକୁ ଟାଣିବ ଯେବେ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy