STORYMIRROR

pranati Mahapatra

Abstract

2  

pranati Mahapatra

Abstract

ନପୁଂସକ

ନପୁଂସକ

1 min
178

ଜହ୍ଲାଦ,ପିଶାଚ ତୁମେ ଆରେ 

      ଆରେ ନରାଧମ,

ହୋଇ ଜନ୍ମ ନାରୀ ଗର୍ଭୁ କର 

      ନାରୀ ସହ ଦୁଷ୍କର୍ମ,

ଭୁଲି ଗଲ ଦୟା କ୍ଷମା ସ୍ନେହ

      ମମତାର ମୂଲ

ପାଶୋରିଲ ସେବେଳରେ କନ୍ୟା

   ଭଗ୍ନୀ ମାତାଙ୍କର ଗେଲ,

ନିର୍ଲଜ କୁକୁର ତୁମେ ଅଟ 

   ଏ ଧରାର ମହାକାଳ,

ଶତଧିକ୍କାର କରେ ସେ ଜନନୀ

   ନିଜକୁ ଦେଖି ତୁମ କର୍ମଫଳ

 ନାରୀ ସେ ଜନନୀ ଗର୍ଭେଧରିଥିଲା

    ଦଶମାସ ଦଶଦିନ କାଳ

କାମନା ବାସନାର ଉନ୍ମତ୍ତ କାଣ୍ଡ

  ଭିଆଇ ଦେଲୁ ଏହି ମାତୃଫଳ

ନିଶବ୍ଦେ ନିକାଞ୍ଚନେ ନିଷ୍ଠୁରେ ନିର୍ମମେ

   ଦୁର୍ବଳା ପରେ ଅତ୍ୟାଚାର

 ବିକଳ ରୋଦନ ତା'ର ବ୍ୟଥିତ ନ

   କଲା ହୃଦକୁ ତୋହର

ନୃଶଂସ ରାକ୍ଷସ କଲ ଅବଳାର

    ପାଟି ନାକ ଅବରୋଧ

ଅସହ୍ୟ ଯନ୍ତ୍ରଣା ସହ ଶ୍ଵାସ

  ଅବରୋଧେ କଲ ତାର ବଦ୍ଧ

ଅବଳାକୁ ବଳାତ୍କାର କରି ଦେଖାଉ

   ତୁ ତୋ ପୁରୁଷପଣିଆ

ଫାଶୀ ଅବା ଗୁପ୍ତାଙ୍ଗ ଛେଦନକରୁ ଆଇନ 

     ଦେଖୁ ଏ ଦୁନିଆଁ।

ରେ ରେ ରାକ୍ଷସ ପିଶାଚ ବଳାତ୍କାରୀ

    ଅପରାଧୀ କୁପୁରୁଷ 

ସତେ ଯେବେ ଚନ୍ଦ୍ର ସୂର୍ଯ୍ୟ ଏ

     ଧରାରେ ହୋନ୍ତି ଆତଯାତ

ଅଭିଶାପ ଦେଉଅଛି ଏ ମାଆ 

      ଫଳୁ ତୋର ପରେ

ଜନ୍ମଜନ୍ମାନ୍ତର ଏ ଶାପେ ହୋଇ

     ଯାଅ ନପୁଂସକ ତୁମେ

ସବୁ ଜନ୍ମେ ଧିକ୍କାରଥା ନିଜକୁ 

   ଦେଖି ପୁରୁଷ ଓ ନାରୀକୁ

ଅଳ୍ପାୟୁଷ ଲଭି ବଂଶବୁଡା ଆକ୍ଷା

   ନେଇ ଯାଅ ଏ ଧରାରୁ

କୁମ୍ଭୀପାକ ନର୍କେ କୀଟ ଦଂଶନ

   ଜ୍ଵାଳା କର ଏବେ ଭୋଗ,

ଧିକ୍ ଧିକ୍ ଶତଧିକ ତୋ କୁପୁରୁଷ

    ପଣିଆର ନରାଧମ ଶବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract