Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ନନ୍ଦ ଉତ୍ସବ

ନନ୍ଦ ଉତ୍ସବ

1 min
154


ଗୋପପୁର ଆଜି ଉତ୍ସବ ମୁଖର

ନନ୍ଦଘରେ ଚାଲେ ଆନନ୍ଦର ବଜାର

ବୃଦ୍ଧକାଳେ ପୁତ୍ର ପାଇଣ ଦମ୍ପତ୍ତି

ପରମାନନ୍ଦେ ମାତେ ମନ ଆନନ୍ଦର ।

 

ମଙ୍ଗଳ ମହୁରି ମୃଦଙ୍ଗ କର୍ତ୍ତାଳ

ବିଭିନ୍ନ ଢଂଗରେ ବାଜଇ ମର୍ଦଳ

ଦଶଦିଗ ଗୋପେ ଉଛୁଳି ପଡୁଛି

ଲାଗିଅଛି ଭାରି,ଦେଖ କୋଳାହଳ ।


ଜମୁନା ନାଚୁଛି କଦମ୍ବ ନାଚୁଛି

ନାଚୁଛନ୍ତି ଗୋପୀମାନେ

ଢୋଲ ଟମକରେ ଉଛୁଳି ପଡୁଛି

ବିହଂଗ ନାଚନ୍ତି ବନେ ।


ମନେ ମନେ ଆଜି ନାଚୁଛନ୍ତି ହରି

କଳାମୁଖ ହସ ହସ

କଳାରଂଗ ତାର ଝଟକି ଉଠୁଛି

ସଭିଏଁ ହୁଅନ୍ତି ତୋଷ ।


ଦୋଳେ ଝୁଲୁଛନ୍ତି ଆହା ଦୋଳଗୋବିନ୍ଦ

ଭାଇବଳରାମ ଦେଖି ଆନଂଦ

ଝଲମଲ ଆଜି ସାଜସଜାକୁ ଦେଖି

ମାତିଛନ୍ତି ପ୍ରେମେ ହୋଇ ଆବଦ୍ଧ ।


ନିଳକାନ୍ତ ମଣୀ ନୀଳରୁପକୁ ଦେଖି

ନିଳ ଗଗନ ଦେଖେ ନିଜକୁ ରଖି

ଅତି ତୁଚ୍ଛ ତାର ପାଶେ ମୋର ବର୍ଣ୍ଣର

ଧୋକା ଖାଇଯାଏତ ମୋହର ଆଖି ।


ସୁ ଆନନ୍ଦର ଗତି, ପରମାନନ୍ଦ ପ୍ରାପ୍ତି

ବାଛିନିଅ ଏହି ପଥ

ପ୍ରଭୁ ଜନାର୍ଦ୍ଦନ ସେହି ଦୀନବନ୍ଧୁ ହରି

ପୁର୍ଣ୍ଣ କରେ ମନୋରଥ ।


Rate this content
Log in

Similar oriya poem from Inspirational