STORYMIRROR

Suresh chandra Padhy

Inspirational

2  

Suresh chandra Padhy

Inspirational

ନନ୍ଦ କୁମାର

ନନ୍ଦ କୁମାର

1 min
117

ତତେ କେମିତି ପାଇବି ନନ୍ଦ କୁମାର

ରେ ନନ୍ଦ କୁମାର ଆରେ ନନ୍ଦ କୁମାର

ହାତରେ ଧରିଛୁ ବଂଶୀ ତୋର

ସୁନ୍ଦର ଦିଶେ ତୋ ପିତାମ୍ବର

ରେ ନନ୍ଦ କୁମାର ଆରେ ନନ୍ଦ କୁମାର

ଗୋପୀ ମାନେ ସବୁ ମାୟା ଛାଡି ଆସିଲେ

ତୋ ମହା ରାସ ରେ ମନ ଲଗାଇଲେ

ଲବଣି ସାଥେ ମନ ଚୋରା ଇଲୁ

ଗୋପୀ ମାନ ଙ୍କୁ ନିଜର କଲୁ

କେଉଁ ନାମ କୁ ଡାକିବି ତୋର

କହି ଦେରେ ଥରେ ମୋର ଚିତ୍ତଚୋର

ରେ ନନ୍ଦ କୁମାର ଆରେ ନନ୍ଦ କୁମାର

ମୀରା ବାଇ ତୋର ଭାବେ ନାଚିଲେ

ତୋ ପାଇଁ ଯୋଗିନି ରୂପ ଧରିଲେ

ଏମିତି କରିଲେ ତୋତେ ନିଜର

ତୋ ବିନା ଲାଗିଲା ସବୁ ତ ପର

ମିଛ ମାୟା ର ଏ ସାରା ସଂସାର

ତୋ ପ୍ରେମ ରେ ବାନ୍ଧି ଦେ ହେବି ମୁ ତୋର

ରେ ନନ୍ଦ କୁମାର ଆରେ ନନ୍ଦ କୁମାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational